ଜେଲରୁ ମୁକୁଳିଲେ ସିଦ୍ଧୁ : ରାହୁଳଙ୍କୁ ସମର୍ଥନ କରିବାକୁ କହିଲେ, ବିଜେପିକୁ ଆକ୍ରମଣ କଲେ

୧୦ ମାସ ପରେ ପଟିଆଲା ଜେଲରୁ ମୁକୁଳିଲେ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ । ଜେଲରୁ ମୁକୁଳିବା ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରିବା ବେଳେ ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ବିଜେପିକୁ ଆକ୍ରମଣ କରିଥିଲେ ।

ଚଣ୍ଡୀଗଡ଼ : ୧୦ ମାସ ପରେ ପଟିଆଲା ଜେଲରୁ ମୁକୁଳିଲେ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ । ଜେଲରୁ ମୁକୁଳିବା ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରିବା ବେଳେ ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ବିଜେପିକୁ ଆକ୍ରମଣ କରିଥିଲେ ।

ଏବେ ଆଉ ଗଣତନ୍ତ୍ର ନାହିଁ । ପଞ୍ଜାବରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଷଡଯନ୍ତ୍ର କରାଯାଉଛି । ଅଳ୍ପସଂଖ୍ୟକଙ୍କୁ ଟାର୍ଗେଟ କରାଯାଉଛି । ଯଦି ପଞ୍ଜାବକୁ ଦୁର୍ବଳ କରିବାକୁ ଚାହିଁବ, ନିଜେ ଦୁର୍ବଳ ହୋଇଯିବ ବୋଲି ସିଦ୍ଧୁ କହିଥିଲେ ।

ବିଜେପିକୁ ଆକ୍ରମଣ କରି ସିଦ୍ଧୁ କହିଲେ ଯେ ଗେରୁଆ ଦଳ ସରକାର ଭୟଭୀତ ଅଟନ୍ତି । ଏ ଦେଶରେ ଏକଛତ୍ରବାଦୀ ଶାସନ ଚାଲିଛି । ତେଣୁ ଏ ସମୟରେ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି । ଏହି ଆନ୍ଦୋଳନର ନାମ ରାହୁଳ ଗାନ୍ଧୀ । ସେ ସରକାରକୁ ପତ୍ତନ କରିବେ ବୋଲି ସିଦ୍ଧୁ କହିଥିଲେ ।

ପ୍ରକାଶଯୋଗ୍ୟ ସିଦ୍ଧୁ ୧୯୮୮ ମସିହାର ରାସ୍ତାରେ ଗୁରୁନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ୧ ବର୍ଷ ସଶ୍ରମ ଜେଲ ଦଣ୍ଡ ପାଇଥିଲେ । ତେବେ ନିୟମ ଅନୁଯାୟୀ, ଜେଲରେ ଭଲ ବ୍ୟବହାର ଯୋଗୁ ତାଙ୍କୁ ୨ ମାସ ପୂର୍ବରୁ ଆଜି ଅର୍ଥାତ ଶନିବାର ଜେଲରୁ ଖଲାସ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.