ପେଟରେ ଅସହ୍ୟ ଯନ୍ତ୍ରଣା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଏନ୍‌ସିପି ପ୍ରମୁଖ ଶରଦ ପାଓ୍ଵାର, ହେବ ସର୍ଜରୀ

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ପ୍ରମୁଖ ଶରଦ ପାଓ୍ଵାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନବାବ ମଲ୍ଲିକ ଟ୍ଵିଟ କରି ଏ ନେଇ ସୂଚନା ଦେଇଛନ୍ତି। ଶରଦଙ୍କୁ ଅସହ୍ୟ ପେଟ ଯନ୍ତ୍ରଣା ହୋଇଥିଲା, ଯାହାଫଳରେ କି ସେ ଅସହଜ ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଛି କି, ତାଙ୍କ ଗଲ୍‌ ବ୍ଲାଡରରେ ସମସ୍ୟା ରହିଛି।

ଯାଞ୍ଚ ପରେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ଶରଦ ପାଓ୍ଵାରଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହସ୍ପିଟାଲରେ ହିଁ ରଖାଯିବ। ଏ ନେଇ ନବାବ ମଲ୍ଲିକ ଟ୍ଵିଟ୍‌ରେ କହିଛନ୍ତି, ଶରଦ ପାଓ୍ଵାରଙ୍କୁ ଏଣ୍ଡୋସ୍କୋପି ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ହେବ।

ସେ ଏହା ମଧ୍ୟ ଜଣାଇଛନ୍ତି କି, ଶରଦ ପାଓ୍ଵାର ରକ୍ତକୁ ପତଳା କରିଦେବା ଭଳି ଔଷଧ ଖାଉଥିଲେ, ଯଦ୍ଦ୍ଵାରା ଏହି ସମସ୍ୟା ପରେ ଏବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ରୋକି ଦିଆଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ଯୋଗୁ ଶରଦ ପାଓ୍ଵାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ଆଗାମୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ରଦ୍ଦ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.