Below header

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର ଦେଉବା

କାଠମାଣ୍ଡୁ : ୨ ଦିନ ମଧ୍ୟରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଅବସ୍ଥାପିତ କରିବାକୁ ସେଠାକାର ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।

ଚୋଲେନ୍ଦ୍ର ସମଶେର ରାଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ସପ୍ତାହରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଥିଲେ । ଏହାଦ୍ୱାରା ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ ନେପାଳରେ ରାଜନୈତିକ ସଂକଟ ଦେଖାଦେଇଥିଲା । ଫଳରେ ରାଷ୍ଟ୍ରପତି ଭଣ୍ଡାରୀ ହାଉସକୁ ମୁଲତବୀ କରିଥିଲେ । ଏବଂ ଅପ୍ରେଲ ୩୦ ରୁ ମଇ ୧୦ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଲିଙ୍କ ସୁପାରିଶ କ୍ରମେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ଫେବ୍ରୁଆରୀ ମାସରେ ଏହି କୋର୍ଟ ପୁଣି ଥରେ ହାଉସକୁ ପୁନଃ ଥାପନ କରିଥିଲେ । ତେବେ କିଛି ନେତା ସମାନ୍ତରଳ ସରକାର କିରିବାକୁ ଚେଷ୍ଟା କରୁଥିବାରୁ ଓଲି ହାଉସକୁ ପୁନଃ ଥାପନ କରିବାକୁ ମନା କରିଥିଲେ ।

ଲୋକସଭା ଭାଙ୍ଗିବା ବିରୋଧରେ ମୋଟ ୩୦ ଟି ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ନେପାଳୀ କଂଗ୍ରେସ (ଏନସି) ର ରାଷ୍ଟ୍ରପତି ଶେର ବାହାଦୂର ଦେଉବାଙ୍କ ସମେତ ୧୪୬ ଜଣ ସାଂସଦ ଏହି ରିଟ୍ ପିଟିସନ ଦାଖଲ କରିଥିଲେ | ପିଟିସନରେ ଲୋକସଭା ପୁନଃ ସ୍ଥାପନ ଏବଂ ଦେଉବାଙ୍କୁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.