ଅନ୍ତିମ ସଂସ୍କାରରେ ମୃତକଙ୍କୁ ଦିଆଗଲା ପିଜ୍ଜା ଓ ବର୍ଗର, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ସମୟରେ ବିଭିନ୍ନ ନିୟମ ମାନି କାମ କରିବାକୁ ପଡିଥାଏ । ଏହି ସମୟରେ ସମସ୍ତଙ୍କ ମନ ଦୁଃଖ ରହିଥାଏ । କିନ୍ତୁ ବ୍ରିଟେନର ଏକ ସ୍ଥାନରେ ଏହାକୁ ନେଇ କିଛି ଅଲଗା ବ୍ୟବସ୍ଥା ଦେଖିବାକୁ ମିଳିଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କୁହାଯାଏ ମୃତ ବ୍ୟକ୍ତିର କର୍ମ ସମ୍ପାଦନ ସମୟରେ ତାଙ୍କ ମନ ପସନ୍ଦର ଖାଦ୍ୟ ତାଙ୍କୁ ଦିଆଯାଏ । କିନ୍ତୁ ବ୍ରିଟେନରେ ଜଣେ ମରିଗଲା ପରେ ତାଙ୍କ ପରିବାର ଲୋକେ ପିଜ୍ଜା, ବର୍ଗର ଖାଇବାକୁ ଲାଗିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହାକୁ କରିବା ଦ୍ୱାରା ମୃତକଙ୍କ ଅନ୍ତିମ ଯାତ୍ରା ମଧ୍ୟ ସଫଳ ହେବ ବୋଲି ସେ କହୁଥିଲେ ।

କେବଳ ଏତିକି ନୁହେଁ ବରଂ ମୃତକଙ୍କୁ ଯେଉଁ କବରରେ ରଖାଯାଇଥିଲା ସେଥିରେ ଚକୋଲେଟ, ପିଜ୍ଜା, ସିଗାରେଟ, ମଦ ଭଳି ଜିିନିଷ ମଧ୍ୟ ରଖିଥିଲେ । ମୃତକଙ୍କୁ ମାଛ ଧରିବା ଏବଂ ଗଲ୍ଫ ଖେଳିବା ପସନ୍ଦ ଥିଲା । ତେଣୁ ତାଙ୍କ ପରିବାର ଏହାର ଯନ୍ତ୍ର ମଧ୍ୟ ରଖିଦେଲେ ।

32532532532
pc: kolkata sutra

ସୂଚନା ଅନୁଯାୟୀ, ମୃତକଙ୍କ ପରିବାର ଲୋକ ଚାହୁଁଥିଲେ ଯେ, ମୃତକଙ୍କ ମନ ପସନ୍ଦ ଖାଦ୍ୟ ପଦାର୍ଥ ତାଙ୍କୁ ଶେଷ ସମୟରେ ଦିଆଯାଉ । ବିଶ୍ୱାସ ଥିଲା ଯେ, ଏହାଦ୍ୱାରା ତାଙ୍କ ଆତ୍ମାର ସଦଗତି ହେବ ।

କିନ୍ତୁ ଅନ୍ତିମ ସଂସ୍କାର କର୍ମଚାରୀ ମାନେ ଏହାକୁ ମନା କରି ଦେଇଥିଲେ । କାରଣ ଏହି ସବୁ ଜିନିଷ ନିଆଁରେ ପୋଡି ହେଲେ କିଛି ବି ଅନର୍ଥ ଘଟାଇପାରେ । ଯେପରି ଗଲ୍ôଫ ବଲ ନିଆଁରେ ପୋଡି ହେଲେ ଫାଟିବାର ସମ୍ଭାବନା ରହିଛି । ଏହା କାରଣରୁ ଅନ୍ୟ ମାନଙ୍କୁ ଅଘାତ ମଧ୍ୟ ଲାଗିପାରେ । ଏହାପରେ ସେମାନେ ଏସବୁକୁ ହଟାଇ ବିକଳ୍ପ ବ୍ୟବସ୍ଥାରେ  ଅନ୍ତିମ ସଂସ୍କାରକୁ ସମ୍ପୂଣ୍ଣ କଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.