ଏବେଠୁ ‘ଅଯୋଧ୍ୟା ଧାମ ଜଙ୍କସନ’ ନାମରେ ଜଣାଯିବ ଅଯୋଧ୍ୟା ରେଳ ଷ୍ଟେସନ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଅଯୋଧ୍ୟା ରେଲୱେ ଷ୍ଟେସନର ନାମ ବଦଳାଯାଇ 'ଅଯୋଧ୍ୟା ଧାମ ଜଙ୍କସନ' କରି ଦିଆଯାଇଛି। ଅଯୋଧ୍ୟାରୁ ବିଜେପି ସାଂସଦ ଲଲୁ ସିଂ ବୁଧବାର ‘ଏକ୍ସ’ରେ ପୋଷ୍ଟ୍‍ କରି ଏହି ସୂଚନା ଦେଇଛନ୍ତି। ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ନବନିର୍ମିତ ବିମାନବନ୍ଦର ଏବଂ ନୂତନ ରେଲୱେ ଷ୍ଟେସନକୁ ଉଦ୍‌ଘାଟନ କରିବେ।

ଅଯୋଧ୍ୟା ରେଲୱେ ଷ୍ଟେସନର ନାମ ବଦଳାଯାଇ ‘ଅଯୋଧ୍ୟା ଧାମ ଜଙ୍କସନ’ କରି ଦିଆଯାଇଛି। ଅଯୋଧ୍ୟାରୁ ବିଜେପି ସାଂସଦ ଲଲୁ ସିଂ ବୁଧବାର ‘ଏକ୍ସ’ରେ ପୋଷ୍ଟ୍‍ କରି ଏହି ସୂଚନା ଦେଇଛନ୍ତି। ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ରହିବେ। ଏଥିପୂର୍ବରୁ ଡିସେମ୍ବର ୩୦ରେ ପିଏମ୍‌ ଅଯୋଧ୍ୟାରେ ନବନିର୍ମିତ ବିମାନବନ୍ଦର ଏବଂ ନୂତନ ରେଲୱେ ଷ୍ଟେସନକୁ ଉଦ୍‌ଘାଟନ କରିବେ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟା ଉତ୍ସବମୁଖର ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ଡିସେମ୍ବର ୩୦ରେ ପିଏମ୍‌ ମୋଦି ନବନିର୍ମିତ ବିମାନବନ୍ଦର ଏବଂ ନୂତନ ରେଲୱେ ଷ୍ଟେସନ ଉଦ୍‌ଘାଟନ କରି ଅଯୋଧ୍ୟାକୁ ହଜାର ହଜାର କୋଟିର ପ୍ରକଳ୍ପ ଉପହାର ଦେବେ। ପିଏମ୍‌ ମୋଦି ଏହି ସମୟରେ ଜନସଭାକୁ ସମ୍ବୋଧିତ କରିବା ସହିତ ଏକ ବିରାଟ ରୋଡ୍‌ ଶୋ’ ମଧ୍ୟ କରିବେ।

ପ୍ରଭୁ ଶ୍ରୀରାମ ନଗରୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହେଉଛି। ଆସନ୍ତା ମାସ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦ୍‌ଘାଟନ କରିବେ। ରାମ ମନ୍ଦିରର ଶୁଭ ଉଦଘାଟନ ପୂର୍ବରୁ ସାରା ବିଶ୍ୱରେ ରାମ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.