୧ ଏପ୍ରିଲରୁ ଆରମ୍ଭ ହେବ NPR ପ୍ରକ୍ରିୟା, ସର୍ବପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ନାମାଙ୍କନ

ଆସନ୍ତା ଏପ୍ରିଲ ୧ ତାରିଖରୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(NPR) ଅପ୍‌ଡେଟ ପ୍ରକ୍ରିୟା ଆରମ୍ଭ ହେଉଛି। ନୂଆଦିଲ୍ଲୀ ନଗର ନିଗମ(ଏନ୍‌ଡିଏମ୍‌ସି), ଅଞ୍ଚଳର ପ୍ରଥମ ଦେଶବାସୀ ରୂପେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମାଙ୍କନ କରିବ। ଏହି ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯିବ।

ଯେଉଁଠି ରାଷ୍ଟ୍ରପତିଙ୍କଠାରୁ NPR ପ୍ରକ୍ରିୟା ଆରମ୍ଭ ହେବାର ନିୟମ ଅଛି, ସେଠି ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୁକ୍ତଙ୍କ କାଯ୍ୟର୍ାଳୟର କାମ ହେଲା ଏହାକୁ ଗ୍ରାଣ୍ଡ କରିବା। ସେହିଦିନ ଗଣନା ପାଇଁ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଗୃହକୁ ମଧ୍ୟ ଗସ୍ତ କରାଯିବ। ତିନିଜଣଙ୍କ ବାସଗୃହ ଏନ୍‌ଡିଏମ୍‌ସି ଅଞ୍ଚଳରେ ଆସୁଛି। ଏଥିପାଇଁ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାଯ୍ୟର୍ାଳୟ(ORGI) ପକ୍ଷରୁ ସେମାନଙ୍କୁ ସୁବିଧାଜନକ ସମୟ ଦେବା ପାଇଁ ପତ୍ର ପଠାଯାଇଛି।

a33

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ‘ORGI ଆଶା ରଖିଛି ଯେ ଉପଲବ୍ଧତା ଅନୁସାରେ ଏହା NPR ନାମାଙ୍କନ ପୂର୍ବଦିନ ଦେଶର ୩ ଶୀର୍ଷ ପ୍ରାଧିକାରୀଙ୍କୁ କଭର କରିନେବ। ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ନାମାଙ୍କନ ଗୃହମନ୍ତ୍ରୀ, ରେଜିଷ୍ଟ୍ରାର ଜେନେରାଲ, ଜନଗଣନା ଆୟୁକ୍ତ ଏବଂ ଜନଗଣନା କାଯ୍ୟର୍କ୍ରମର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ହେବ। ଏହି ଟିମ୍‌ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ମଧ୍ୟ କରିବ’।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ହିଁ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ NPR ନାମାଙ୍କନକୁ ଉଚିତ ପ୍ରଚାର ସହିତ କରାଯିବ, ଯଦ୍ଦ୍ଵାରା ଲୋକଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦିଆଯାଇପାରିବ। ଏହି ସମୟରେ ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ଜନଗଣନା ଏବଂ NPRର ମହତ୍ୱକୁ ମଧ୍ୟ ରେଖାଙ୍କିତ କରାଯିବ। କାରଣ, ଅନେକ ବିପକ୍ଷ ଶାସିତ ରାଜ୍ୟ NPRକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

11

ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(NPR) କ’ଣ

ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଏମିତି ଏକ ସରକାରୀ ଦସ୍ତାବିଜ୍‌, ଯେଉଁଥିରେ ନିବାସୀମାନଙ୍କ ତାଲିକାରୁ ଜଣାପଡ଼ିଥାଏ ଯେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅତି କମ୍‌ରେ ୬ ମାସ ହେବ ରହିଆସୁଛି। ଆହୁରି ୬ ମାସ ରହିବା ପାଇଁ ଇଚ୍ଛା ପ୍ରକାଶ କରୁଛି। ଏଥିରେ ଦେଶର ନାଗରିକମାନଙ୍କ ଗାଁ, ତହସିଲ, ଜିଲା ଏବଂ ଦେଶ ସ୍ତର ପଯ୍ୟର୍ନ୍ତ ତାଲିକା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.