Below header

ଲକ୍ଷେରେ ଗୋଟିଏ ଥିଲେ ଏହି ଯୁବତୀ, ହେଲେ କ୍ଷଣିକ ଭିତରେ ବଦଳିଗଲା ସବୁକିଛି, ଏବେ ଦେଖାଯାଉଛନ୍ତି ଏମିତି

ଦିନେ ଏହି ମହିଳା ଜଣକ ଏତେ ସୁନ୍ଦରୀ ଥିଲେ ଯେ ସମସ୍ତେ ତାଙ୍କ ସୁନ୍ଦରତାରେ ପାଗଳ ହୋଇଯାଉଥିଲେ। କିନ୍ତୁ ଏବେ ସେ ନିଜ ଚେହେରା ଦେଖିବାକୁ ଡରୁଛନ୍ତି। ଥାଇଲ୍ୟାଣ୍ଡର ୨୭ ବର୍ଷୀୟା ଜେନିଙ୍କ ଚେହେରା ଭୟାନକ ହୋଇଯାଇଛି। ଫଳରେ ପୂରା ଜୀବନ ହିଁ ତାଙ୍କର ବଦଳି ଯାଇଛି। ବ୍ୟାଙ୍କଙ୍ଗ୍‌ରେ ରହୁଥିବା ଜେନି ୟୋଙ୍କୁ ଦିନେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏଥିପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ସିଓଲୋ, ସାଉଥ୍ କୋରିଆ ରେଫର୍ କରିଦେଲେ। ଯେତେବେଳେ ସେ ସେଠାରେ ନିଜର ଚିକିତ୍ସା କରାଇଥିଲେ, ପ୍ରକୃତ ସତ ସାମ୍ନାକୁ ଆସିଥିଲା।

you4

ଯେଉଁ ଦାନ୍ତ ଯନ୍ତ୍ରଣାକୁ ଜେନି ସାମାନ୍ୟ ସମସ୍ୟା ବୋଲି ଭାବୁଥିଲେ, ତାହା ସାମାନ୍ୟ ନ ଥିଲା, ବରଂ ଓରାଲ୍ କ୍ୟାନସର ଥିଲା। ଜେନିଙ୍କ କହିବା ଅନୁଯାୟୀ, ତାଙ୍କ ମୁହଁରେ ଟ୍ୟୁମର ହୋଇଥିବା ନେଇ ଡାକ୍ତର ଯେତେବେଳେ ତାଙ୍କୁ କହିଥିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାସହ ପଢ଼ନ୍ତୁ: ସିଂହୀ ସହ ନବଜାତ ଛୁଆର ଲଢ଼େଇ! ୟୁଜର୍ସଙ୍କୁ ଆସୁଛି ଖୁବ୍ ପସନ୍ଦ, ଆପଣ ବି ଦେଖନ୍ତୁ ଭାଇରାଲ ଭିଡିଓ

you1

ସେ ବୁଝିପାରୁ ନ ଥିଲେ, ଏବେ ସେ କ’ଣ କରିବେ। କିନ୍ତୁ ପରେ ନିଜକୁ ସମ୍ଭାଳିଥିଲେ। ଜେନିଙ୍କ ଟ୍ୟୁମରର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଆଉ ଏଥିଯୋଗୁ ତାଙ୍କ ବାମ ଆଖି ଏବଂ ନାକ ବହୁତ ବଡ଼ ହୋଇଯାଇଥିଲା। ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ଏହା ଭଲ ହୋଇପାରୁ ନ ଥିଲା। କିନ୍ତୁ ଜେନିଙ୍କ ବିଶ୍ୱାସ ରହିଛି ଯେ ଦିନେ ନା ଦିନେ ତାଙ୍କ ଟ୍ୟୁମର ଭଲ ହୋଇଯିବ ଏବଂ ସେ ପୂର୍ବପରି ଜୀବନ ଜିଇଁପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.