ପୁଣିଥରେ ଦିଲ୍ଲୀରେ ସରକାର ଗଢ଼ିବ କି AAP! ବିଜେତା ଘୋଷଣା କଲା ଜନମତ ସର୍ଭେ ପୋଲ୍‌

ଆଉ ମାତ୍ର ଦିନକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଜି ପ୍ରଚାର ସରୁଥିବା ବେଳେ ଭୋଟରଙ୍କୁ ମନେଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ସବୁ ଦଳର ନେତା ଓ କର୍ମୀ। ଶୋଭାଯାତ୍ରା ଓ ଡୋର୍‌ ଟୁ ଡୋର୍‌ ଟୁ କ୍ୟାମ୍ପେନିଂରେ ଜମୁଛି ନିର୍ବାଚନ ମଇଦାନ। ତେବେ ଏଥର ନିର୍ବାଚନରେ କିଏ ବାଜିମାତ୍‌ କରିବ, ତାହା ଫେବୃୟାରୀ ୧୧ରେ ଫଳାଫଳ ଘୋଷଣା ପରେ ହିଁ ଜଣାପଡ଼ିବ।

A3

୮ ଫେବୃୟାରୀରେ ମତଦାନ ସରିବା ପରେ ବିଭିନ୍ନ ନ୍ୟୁଜ୍‌ ଏଜେନ୍ସି ଦ୍ୱାରା ଏଗ୍‌ଜିଟ ପୋଲ୍‌ ଘୋଷଣା କରାଯିବ। ତେବେ ଏହାରି ଭିତରେ ଦୁଇ ଜନମତ ସର୍ଭେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ AAPକୁ ପୁଣିଥରେ ବିଜେତା ଘୋଷଣା କରିଛନ୍ତି। ଭବିଷ୍ୟବାଣୀରେ କୁହାଯାଇଛି, ଏଥର ବି ଦିଲ୍ଲୀରେ ସରକାର ଗଢ଼ିବ AAP। ରାଜଧାନୀକୁ ହାତେଇବା ପାଇଁ ଭାଜପାକୁ ଆହୁରି ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

TTT

ବୁଧବାର ଜାରି କରାଯାଇଥିବା ABP-CVoter ପୋଲ୍‌ରେ ଦାବି କରାଯାଇଛି ଯେ AAP ରାଜଧାନୀର ୭୦ ସିଟ୍‌ ମଧ୍ୟରୁ ୪୨-୫୬ ସିଟ୍‌ ହାତେଇପାରେ। ସେଠି ଭାଜପାକୁ ମିଳିପାରେ ମାତ୍ର ୧୦-୨୪ ସିଟ୍‌। ସେହିପରି କଂଗ୍ରେସ ଅତି ବେଶିରେ ୪ ସିଟ୍‌ ସହିତ ତୃତୀୟ ସ୍ଥାନରେ ରହିପାରେ। ୨୦୧୫ରେ AAP ୬୭ ସିଟ୍‌ ହାତେଇ ନିର୍ବାଚନ ଜିତିଥିଲା। ବାକି ୩ଟି ସିଟ୍‌କୁ ଭାଜପା କବ୍‌ଜା କରିଥିଲା।

AAP roadshow in Delhi

ସେହିପରି Times Now-IPSOS ପକ୍ଷରୁ ପୂର୍ବରୁ ଏକ ଜନମତ ସର୍ଭେ ହୋଇଥିଲା। ଏଥିରେ AAPକୁ ୫୪-୬୦ ସିଟ୍‌ ଏବଂ କଂଗ୍ରେସକୁ –୨ ସିଟ୍‌ ମିଳିପାରେ ବୋଲି ଭବିଷ୍ୟବାଣୀ କରାଯାଇଥିଲା।

TR

ABP-CVoter ପୋଲ୍‌ ଭବିଷ୍ୟବାଣୀ କରିଛି ଯେ ଏଥର ନିର୍ବାଚନରେ AAPକୁ ୪୫.୬% ଭୋଟ୍‌ ମିଳିପାରେ। ଭାଜପାକୁ ୩୭.୧% ଏବଂ କଂଗ୍ରେସକୁ କେବଳ ୪.୪% ଭୋଟ୍‌ ମିଳିବା ନେଇ ଆଶା ରହିଛି। ବାକି ୧୨.୯%କୁ ଅନ୍ୟାନ୍ୟ ହାତେଇବେ। Times Now-IPSOS ପୋଲ୍‌ AAPକୁ ୫୨%, ଭାଜପାକୁ ୩୪%, କଂଗ୍ରେସକୁ ୪% ଏବଂ ଅନ୍ୟାନ୍ୟକୁ ୧୦% ଭେଟ୍‌ ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.