ଏକା ସାଙ୍ଗରେ ମିଳିଲା ୨୦୦ ବାଦୁଡ଼ିଙ୍କ ମୃତ ଦେହ, କାରଣ ଜାଣିବା ପାଇଁ ଚାଲିଛି ତନାଘନା

ବିହାର ସରକାରଙ୍କ ପଶୁପାଳନ ବିଭାଗର ଏକ ଡାକ୍ତରୀ ଦଳ ମଙ୍ଗଳବାର ରାଜ୍ୟର ଭୋଜପୁର ଜିଲ୍ଲା ଅନ୍ତର୍ଗତ ଆରା ନିକଟବର୍ତ୍ତୀ ଅଂଚଳରେ ଏକା ସାଙ୍ଗରେ ଶହ ଶହ ବାଦୁଡ଼ିଙ୍କ ମୃତ୍ୟୁକୁ ନେଇ ଏକ ରିପୋର୍ଟ ଦାୟର କରିଛନ୍ତି । କହି ରଖିବା ଉଚିତ ହେବକି, ସୋମବାର ଭୋଜପୁର ଜିଲ୍ଲାରେ ଥିବା ତରାରି ନାମକ ଅଂଚଳରେ ଶହ ଶହ ସଂଖ୍ୟାରେ ମୃତ ବାଦୁଡ଼ିଙ୍କୁ ସ୍ଥାନୀୟ ବାସିନ୍ଦା ଠାବ କରିବା ପରେ ଜିଲ୍ଲା ପଶୁପାଳନ ବିଭାଗକୁ ସୂଚନା ଦେଇଥିଲେ । ପରେ ୬ ଜଣିଆ ଏକ ଡାକ୍ତରୀ ଦଳ ଘଟଣାର ଅନୁସନ୍ଧାନ ପାଇଁ କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ।

bats

ସେଠାରେ ପାଖାପାଖି ୨୦୦ ବାଦୁଡ଼ିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ ଏହି ଦଳ । ମୃତ ବାଦୁଡ଼ି ମାନଙ୍କ ସ୍ୱାବ ପରୀକ୍ଷଣ ପାଇଁ ବିହାରର ରାଜଧାନୀ ପାଟନାସ୍ଥିତ “ଇନଷ୍ଟିଟ୍ୟୁଟ ଅଫ ଏନିମଲ ହେଲଥ ଆଣ୍ଡ ପ୍ରଡକ୍ସନ”କୁ ପଠାଇ ଦିଆଯାଇଛି । ଦେଶର ଗୋଟେ ପଟେ ମହାମାରୀ କରୋନା ନିଜ କାୟା ବିସ୍ତାର କରିଥିବା ଚାଲିଥିବାରେ ଏକାସାଙ୍ଗରେ ଏତେ ସଂଖ୍ୟକ ବାଦୁଡ଼ିଙ୍କ ମୃତ୍ୟୁ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯେବେକି ବାଦୁଡ଼ି ସହ କରୋନାର ସିଧାସଳଖ ସମ୍ପର୍କ ଥିବା ନେଇ ବିଶେଷଜ୍ଞ ମାନେ କହିଛନ୍ତି । ଭୋଜପୁର ଜିଲ୍ଲା ପଶୁପାଳନ ଅଧିକାରୀ ଏହା ମଧ୍ୟ କହିଛନ୍ତିକି, ପାଟଣା ସ୍ଥିତ ଇନଷ୍ଟିଟ୍ୟୁଟରୁ ରିପୋର୍ଟ ମିଳିବା ପରେ ହିଁ ଘଟଣା ପଛର ପ୍ରକୃତ କାରଣ ବିଷୟରେ ଜଣାପଡିବ ।

ସେ ମଧ୍ୟ କହିଛନ୍ତିକି, ଏତେ ସଂଖ୍ୟକ ବାଦୁଡ଼ିଙ୍କ ସହ ବାର୍ଡ଼ ଫ୍ଲୁର କିନ୍ତୁ କୌଣସି ସମ୍ପର୍କ ନାହିଁ । କାରଣ ଏବେକା ସମୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ବାର୍ଡ ଫ୍ଲୁ ଜୀବାଣୁ ବଢିପାରିବେ ନାହିଁ । ମୃତ ବାଦୁଡ଼ି ମାନଙ୍କ ମେଡିକାଲ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ମୃତ ଶରୀରକୁ ପାଞ୍ଚରୁ 6 ଫୁଟ ଗଭୀରର ଗାତ ଖୋଲି ପୋତି ଦିଆଯାଇଛି । କୌଣସି ସଂକ୍ରମଣକୁ ଆଶଙ୍କା କରି ଘଟଣାସ୍ଥଳ ଓ ଏହାର ଆଖପାଖ ଅଂଚଳ ଗୁଡିକୁ ଭଲ ଭାବେ ପରିସ୍କାର କରି ଦିଆଯାଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.