Below header

ଘର ରଙ୍ଗ କରି ଶ୍ରମିକଙ୍କ ପାଉଣା ଦେଲେନି ଘର ମାଲିକ, ନିରାଶ ଶ୍ରମିକ ଆପଣାଇଲେ ଏଭଳି ଉପାୟ

ଆପଣ ଅନେକ ଥର ଦେଖିଥିବେ କି, ଅନେକ ସମୟରେକିଛି ଲୋକ ନିଜ କାମ ପାଇଁ ଆପଣଙ୍କ ପାଖରେ ଏପଟସେପଟ ହୁଅନ୍ତି। ତାଙ୍କ କାମ ସରିଗଲେ ପାରିଶ୍ରମିକ ଦେବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି। ଏମିତି ଏକ ଘଟଣା ବ୍ରିଟିଶ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ଵରରେ ଘଟିଛି। ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ ନେଇଛନ୍ତି। ଶ୍ରମିକ ଡିନ୍‌ ରିବ୍ସ୍‌ଙ୍କୁ ରଙ୍ଗ ଦେବାକାମରେ ବିଲ୍ଡିଂ ମାଲିକ ଟେରି ନିୟୋଜିତ କରିଥିଲେ। ତେବେ କାମ ସରିବା ପରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ଟେନି ରିବ୍ସ୍‌ଙ୍କୁ ପାରିଶ୍ରମିକ ଦେଇ ନ ଥିଲେ। ତେଣୁ ରିବ୍ସ୍‌ ବିଲ୍ଡିଂ କାନ୍ଥରେ ଲେଖିଛନ୍ତି ଯେ, ଯଦି ଆପଣମାନେ ନିଜର ବିଲ୍ଡିଂ ରଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଟେରିଙ୍କ ପରି ପାରିଶ୍ରମିକ ଦେବାକୁ ନ ଭୁଲନ୍ତୁ। ରଙ୍ଗ ଦେବା କାମ କରି ଡେନିଙ୍କ ପାରିଶ୍ରମିକ ୪୬ ହଜାର ୨୩ ଟଙ୍କା ହୋଇଥିଲା। ତେବେ ବିଲ୍ଡିଂ ମାଲିକ ଟେରି ଏହାକୁ ନଦେଇ ଟାଳିବା ଆରମ୍ଭ କରିଥିଲେ। ତେଣୁ ବାଧ୍ୟ ହୋଇ ଡିନ୍‌ ଏଭଳି କରିଥିବା କହିଛନ୍ତି।

message

ଡିନ୍‌ ପେଟିଂ ସମୟରେ ଘର ମାଲିକଙ୍କ ପ୍ରତିଟି କଥା ମାନିବା ସହିତ ନିଜର କାମ ସଠିକ୍‌ ଭାବେ କରିଥିଲେ। ଡିନଙ୍କ କହିବା ମୁତାବକ,ଡିନ୍‌ ଏକ ସପ୍ତାହ ମଧ୍ୟରେ ବିନା ଲଞ୍ଚ ବ୍ରେକରେ ନିଜର କାମକୁ ପୂରଣ କରିଛନ୍ତି। ଏଗ୍ରିମେଣ୍ଟ ମୁତାବକ, ଡିନ କାମ ଶେଷ କରିବା ପରେ ତାଙ୍କ ପାଉଣା ମିଳିବାର ଥିଲା। କିନ୍ତୁ ଟେରୀ ଏପରି କରିନଥିଲେ। ସେ ଡିନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.