ନମାଜ ବି ପଢ଼ି ପାରିଲେନି ବଦରୁଦ୍ଦିନ, ପାକ୍‌ ସେନାଙ୍କ ଆକ୍ରମଣରେ ମସଜିଦ୍‌ ଭିତରେ ଟଳି ପଡ଼ିଲେ

ଜମ୍ମୁ : ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାର ଘଟଣା । ଭାରତ-ପାକିସ୍ତାନ ସୀମାରେ ଥିବା ଶାହପୁର ଗାଁରେ ହୃଦୟବିଦାରକ ଘଟଣା ଘଟାଇଛନ୍ତି ପାକିସ୍ତାନ ସେନା । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନ ସେନା ପୁଣି ସମାନ ତ୍ରୁଟିକୁ ଦୋହରାଇଛନ୍ତି । ମସଜିଦ୍‌କୁ ନମାଜ ପଢ଼ିବାକୁ ଯାଉଥିବା ଲୋକଙ୍କ ଉପରକୁ ଗୁଳି ବର୍ଷଣ କରିଛନ୍ତି । ଫଳରେ ସେଇଠି ଟଳିପଡ଼ିଛନ୍ତି କେତେଜଣ । ତାଙ୍କ ଭିତରୁ ବଦରୁଦ୍ଦିନ ହେଉଛନ୍ତି ଜଣେ। ସେ ନିଜ ପୁଅ ଅବଦୁଲ୍ଲା ସହିତ ଗାଁ ଭିତରେ ନିଜ ଘର ଠାରୁ ଅଳ୍ପ ଦୂରରେ ଥିବା ମସଜିଦ୍‌କୁ ନମାଜ ପଢ଼ିବାକୁ ଯାଇଥିଲେ । ଠିକ୍‌ ମସଜିଦ୍‌ ଭିତରେ ପାଦ ଦେଉ ଦେଉ ବର୍ଷିଲା ପାକିସ୍ତାନୀ ସୈନ୍ୟଙ୍କ ଗୁଳି । ଜୀବର ଶେଷ ନମାଜ ବି ପଢ଼ି ପାରିଲେନି । ସେଇଠି ଟଳି ପଡ଼ିଲେ ସବୁଦିନ ପାଇଁ । ପୁଅ ବି ପ୍ରାଣ ହରାଇଲା ତାଙ୍କରି ପାଖରେ ।

PAk ATTACK-2ଗତକାଲି ଦିନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିବା ଗାଁ ଲୋକେ କହିଛନ୍ତି । ଶୁକ୍ରବାର ଥିବାରୁ ସେମାନେ ମସଜିଦ୍‌କୁ ନମାଜ ପଢ଼ିବାକୁ ଯାଇଥିଲେ । ଏହି ସମୟରେ ଅଚାନକ ପାକ୍‌ ସେନା ପକ୍ଷରୁ ଗୁଳି ଚଳା ଯାଇଥିଲା ।

ତେବେ ଏହା ସବୁ ବେଳର ଘଟଣା ଥିବାରୁ ସେମାନେ ଧ୍ୟାନ ଦେଇନଥିଲେ । ଗୁଳି ଶବ୍ଦ ଧୀରେ ଧୀରେ ବଢ଼ିବାକୁ ଲାଗିଲା ଏବଂ ଦିନ ପ୍ରାୟ ସାଢ଼େ ଗୋଟଏ ବେଳକୁ ଯେତେବେଳେ ଗାଁ ଲୋକେ ସାମୂହିକ ନମାଜ ପାଠ ପାଇଁ ଏକାଠି ହେଲେ ସେତିକି ବେଳେ ମସଜିଦ୍‌ ଉପରେ ହେଲା ଆକ୍ରମଣ । ସିଧାସଳଖ ବୋମ ଆସି ପଡ଼ିଲା ମସଜିଦ୍‌ ଛାତ ଉପରେ । ସେତେବେଳକୁ ୬୫ ବର୍ଷ ବୟସ୍କ ବଦରୁଦ୍ଦିନ ଘରେ ନିଜ ଗାଈଗୋରୁଙ୍କୁ ଖାଇବାକୁ ଦେବା ପରେ ପୁଅକୁ ଧରି ମସଜିଦ୍‌କୁ ଆସିଥିଲେ । ଆଉ ଠିକ୍‌ ସେତିକି ବେଳେ ଅନ୍ୟ ଏକ ବୋମ ପଡ଼ିଲା ଏବଂ ଯିଏ ଯୁଆଡ଼େ ପାରିଲେ ଦୌଡ଼ି ନିଜ ଜୀବନ ବଞ୍ଚାଇଲେ । ହେଲେ ବୃଦ୍ଧ ବଦରୁଦ୍ଦିନ୍‌ ସେଇଠି ଟଳି ପଡ଼ିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.