ଭାରତୀୟ ବାୟୁସେନା ଭୟରେ ପାକିସ୍ତାନ ବନ୍ଦ କଲା ୫ଟି ବିମାନ ବନ୍ଦର, ସବୁ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଉଡାଣ ରଦ୍ଦ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଚାଲିଥିବା ଅଶାନ୍ତି ମଧ୍ୟରେ ପାକିସ୍ତାନ ତାହାର ୫ଟି ବିମାନବନ୍ଦରକୁ ବନ୍ଦ କରିଛିା ଖବର ମୁତାବକ, ଲାହୋର, ମୁଲତାନ, ଫେସଲାବାଦ, ସିୟାଲକୋଟ ଏବଂ ଇସଲାମାବାଦ ବିମାନବନ୍ଦରରେ ସମସ୍ତ ପ୍ରକାରର ଉଡ଼ାଣକୁ ରଦ୍ଧ କରାଯାଇଛିା ତେବେ ଏୟାରପୋର୍ଟଟି କେବଳ ପାକିସ୍ତାନ ସେନା ପାଇଁ ଖୋଲା ରହିଛିା ପାକିସ୍ତାନ ଏୟାସ୍ପେସକୁ ହାଇଆଲର୍ଟରେ ରଖାଯାଇଛିା


ତେବେ ପାକିସ୍ତାନର ଭାରତୀୟ ବାୟୁସୀମା ଉଲଂଘନ ପରେ ବିମାନବନ୍ଦରରେ ହାଇ ଅଲର୍ଟ ଜାରି କରାଯାଇଛି । ଜମ୍ମୁ, ଶ୍ରୀନଗର, ଲେହ, ଅମୃତସରର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ପାକିସ୍ତାନର ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ, ଇସଲାମବାଦରୁ ବିମାନ ଉଡାଣ ବନ୍ଦ ରହିଛି ।

ନିଶ୍ଚିତ ପଢ଼ନ୍ତୁ: ସେନା ଓ ଆତଙ୍କବାଦୀ ମୁହାଁମୁହିଁ : ପୁଣି ନିପାତ ହେଲେ ୨ ଜୈଶ ଆତଙ୍କବାଦୀ

ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ଆଜି ସକାଳେ ପଶିଯାଇଥିଲା ପାକ୍ ବିମାନ। ଏହାପରେ ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଯାଇଥିଲା ପାକିସ୍ତାନି ବିମାନ । ତେବେ ଏଲଓସିରେ ଭାରତୀୟ ବାୟୁସୀମାରେ ମଧ୍ୟ ପାକିସ୍ତାନ ବମ୍ ପକାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.