ଅଶାନ୍ତ ପାକିସ୍ତାନ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଲା NAB
ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ଗୃହ ଯୁଦ୍ଧ। ସାରା ଦେଶରେ ଜଳୁଛି ନିଆଁ। ପୋଡ଼ାଜଳା, ଭଙ୍ଗାରୁଜା, ଢେଲାମାଡ଼। ଲାହୋରରୁ ପେଶାଓ୍ଵାର, ରାଓ୍ଵଲପିଣ୍ଡିରୁ କରାଚି। ପିଟିଆଇ ସମର୍ଥକଙ୍କ ବ୍ୟାପକ ହିଂସାକାଣ୍ଡ।
ନୂଆଦିଲ୍ଲୀ : ୮ ଦିନିଆ ରିମାଣ୍ଡରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଲା NAB । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ଗୃହ ଯୁଦ୍ଧ। ସାରା ଦେଶରେ ଜଳୁଛି ନିଆଁ। ପୋଡ଼ାଜଳା, ଭଙ୍ଗାରୁଜା, ଢେଲାମାଡ଼। ଲାହୋରରୁ ପେଶାଓ୍ଵାର, ରାଓ୍ଵଲପିଣ୍ଡିରୁ କରାଚି। ପିଟିଆଇ ସମର୍ଥକଙ୍କ ବ୍ୟାପକ ହିଂସାକାଣ୍ଡ।
ଆର୍ମୀ ହେଡକ୍ୱାର୍ଟରରେ ମଧ୍ୟ ପିଟିଆଇ କର୍ମୀଙ୍କ ହଙ୍ଗାମା । ଅଶାନ୍ତ ହୋଇ ଉଠିଛି ପୂରା ପାକିସ୍ତାନ। ବିଭିନ୍ନ ସ୍ଥାନରେ ଏକଜୁଟ ହେଉଛନ୍ତି ଇମ୍ରାନ ସମର୍ଥକ। ପ୍ରତିବାଦ ଆହୁରି ତେଜିବ। ବ୍ୟାପକ ହୋଇପାରେ ହିଂସା। ଇମ୍ରାନଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ପିଟିଆଇ କର୍ମୀ। ଅନ୍ୟପଟେ ପିଟିଆଇର ଉପାଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶାହ ମହମ୍ମଦ କୁରେସିଙ୍କୁ ଗିରଫ କରାଯାଇଛି।