Below header

ଲକଡାଉନ ବେଳେ ଛାତ ଉପରେ ବସି ତାସ ଖେଳୁଥିଲେ ଲୋକେ, ଉପରୁ ଆସିଲା ପୋଲିସର drone, ତା’ ପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

ଲକଡାଉନ ସମୟରେ ଲୋକଙ୍କୁ ଘରେ ରହିବାକୁ କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ବାହାରକୁ ବାହାରି ଲକଡାଉନକୁ ଉଲ୍ଲଂଘନ କରୁଛନ୍ତି। ପୋଲିସ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମୋଦି କହିଥିଲେ, କରୋନା ଭାଇରସକୁ ହରାଇବା ପାଇଁ ଗୋଟିଏ ହିଁ ଉପାୟ, ତାହା ହେଲା ସାମାଜିକ ଦୂରତ୍ୱ। ତଥାପି ଲୋକେ ଏହାକୁ ଖାତିର କରୁନାହାନ୍ତି।

ଲକଡାଉନ ଥିବାରୁ ଲୋକେ ଭିଡ ଜମେଇ ଛାତ ଉପରେ ବୁଲୁଥିବା ନଜର ଆସିଛନ୍ତି। ଏହାର ଏକ ଟିକଟକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଏଥିରେ ଲୋକେ ଛାତ ଉପରେ ବସି ତାସ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ ବାହାରକୁ ବାହାରି ନାହାନ୍ତି, କିନ୍ତୁ ଛାତ ଉପରେ ବସି ନିୟମକୁ ଉଲ୍ଲଂଘନ କରୁଛନ୍ତି। ତେବେ ପୋଲିସ ସେମାନଙ୍କୁ ପାନେ ଦେବା ପାଇଁ ନିଆରା ଉପାୟ ବାହାର କରିଥିଲା।

@saddam600♬ original sound – Aasif pathan

drone କ୍ୟାମେରା ସାହାଯ୍ୟରେ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ପୋଲିସର drone କ୍ୟାମେରା ଛାତ ଉପରକୁ ଆସୁଛି। ଏହି ସମୟରେ ସେଥିରୁ ଆବାଜ ଆସୁଛି ଯେ ‘ drone କ୍ୟାମେରା ଦ୍ୱାରା ନିରୀକ୍ଷଣ କରାଯାଉଛି। ଫଟୋଗ୍ରାଫି ପାଇଁ ଯଦି ଆପଣ ସେଠି ବସି ରହିବେ, ତା’ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆପଣ ନିଜ ଘରେ ରୁହନ୍ତୁ। ଯଦି drone କ୍ୟାମେରାରେ ଆପଣଙ୍କ ଫଟୋ ଆସିଗଲା, ତା’ ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ’।

ଏହି ଭିଡ଼ିଓକୁ ସଦ୍ଦାମ ଅନସାରି ନାମକ ଟିକ ଟକ ୟୁଜର ସେୟାର କରିଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ 8.2 ମିଲିୟନ ଲୋକ ଦେଖିସାରିଥିବା ବେଳେ 4 ଲକ୍ଷରୁ ଅଧିକ ଲାଇକ ଏବଂ 800ରୁ ଅଧିକ କମେଣ୍ଟ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.