ଲୋକସଭାରେ ପ୍ଲାଷ୍ଟିକ ପ୍ରଦୂଷଣ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ

ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ବ୍ୟାପକ ପ୍ରଦୂଷଣ ହେଉଥିବା ବେଳେ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟଗୁଡ଼ିକରେ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ଲାଗୁ କରିବା ନେଇ ସବୁ ରାଜ୍ୟ ପାଇଁ ଏକକ ନୀତି ଆପଣାଇବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ଡକ୍ଟର ସାମନ୍ତଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ବିଭାଗ ମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି, କେନ୍ଦ୍ର ସରକାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁସାରେ ୫୦ମାଇକ୍ରନ କିମ୍ବା ତା ଠାରୁ କମ୍‌ ମୋଟେଇ ବିଶିଷ୍ଟ ପ୍ଲାଷ୍ଟିକ କ୍ୟାରିବ୍ୟାଗକୁ ନିଷିଦ୍ଧ କରାଯାଇଛି। ତେବେ ଗୁଟଖା ପ୍ୟାକେଜିଂ, ସେଲିଂ ଓ ଷ୍ଟୋରିଂ ପାଇଁ ବ୍ୟବହୃତ ପାଉଚ ପ୍ରସ୍ତୁତ ନିମନ୍ତେ ପ୍ଲାଷ୍ଟିକ ସାମଗ୍ରୀକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ନିୟମ ସବୁ ରାଜ୍ୟ ପାଇଁ ସମାନ ଭାବେ ଲାଗୁ କରାଯାଇଛି । ଏହାଛଡ଼ା ୨୦୨୨ ସୁଦ୍ଧା ପ୍ଲାଷ୍ଟିକ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାବୁଲ ସୁପ୍ରିୟୋ କହିଥିଲେ।

ଅହୁରି ପଢନ୍ତୁ: କାହିଁକି ମଶାମାନେ ମଣିଷର ମୁଣ୍ଡ ଉପରେ ବୁଲନ୍ତି? ଜାଣନ୍ତୁ ମଶାମାନଙ୍କ ଉପରେ କିଛି ରୋଚକ କଥା

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ ସରକାରୀ ନିଗମକୁ ସେମାନଙ୍କ କାର୍ଯ୍ୟାଳୟରେ ‘ଥରେ ମାତ୍ର ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ’ ନିଷିଦ୍ଧ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସେହିପରି ପ୍ରସ୍ତୁତ ସାମଗ୍ରୀ ଭଳି ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀରେ ଯେଉଁ ପ୍ଲାଷ୍ଟିକ ବ୍ୟବହାର କରାଯାଉଛି ସେଗୁଡ଼ିକ ପରିବେଶ ପାଇଁ କ୍ଷତିକାରକ କି ବୋଲି ଡକ୍ଟର ସାମନ୍ତଙ୍କ ପ୍ରଶ୍ନର ଉତ୍ତରରେ ବାବୁଲ ସୁପ୍ରିୟୋ କହିଛନ୍ତି, ପ୍ରସାଧନ ସାମଗ୍ରୀ ଓ ଟଏଲେଟରେ ବ୍ୟବହାର କରାଯାଉଥିବା ମାଇକ୍ରୋବିଡ୍‌ସ ଭଳି ପ୍ଲାଷ୍ଟିକ କଣିିକା ମାଟିରେ ମିଶିନଥାଏ କିମ୍ବା ପାଣିରେ ମିଶ୍ରଣ ହୋଇପାରିନଥାଏ। ସେଥିପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ଆଇ.ଏସ୍‌. ମାର୍କା ବିଶିଷ୍ଟ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ କଞ୍ଚାମାଲର ବର୍ଗୀକରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.