ବିରୋଧୀଙ୍କ ପ୍ରସଙ୍ଗର ଜବାବ ରଖିଲେ ପ୍ରଧାନମନ୍ତ୍ରୀ, କହିଲେ ଦେଶର ପ୍ରଗତି ପାଇଁ ସମସ୍ତ ପ୍ରାନ୍ତୀୟ ଆକାଂକ୍ଷାକୁ ପୁରା କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ):୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସହ ଅନ୍ୟ ସମସାମୟିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର। ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ମୋଦି। ରାଜ୍ୟର ବିଭିନ୍ନ ଯୋଜନାକୁ ବିଜେପି ଅଣଦେଖା କରୁଥିବା ନେଇ ବିରୋଧୀ ପ୍ରସଙ୍ଗ କରୁଥିବା ବେଳେ ଏହାର ଜବାବ ରଖିଛନ୍ତି। ଦେଶର ପ୍ରଗତି ପାଇଁ ସମସ୍ତ ପ୍ରାନ୍ତୀୟ ଆକାଂକ୍ଷାକୁ ପୁରା କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି ପିଏମ ସ୍ପଷ୍ଟ କରିଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରି ସେ ରାଜ୍ୟର ସମସ୍ତ ଆକାଂକ୍ଷାକୁ ବୁଝିପାରନ୍ତି। କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ କାର୍ଡ ଲାଗୁ କରିବା ନେଇ କିଛି ରାଜ୍ୟ ଅସହମତି ପ୍ରକାଶ କରିଥିଲେ। ଶେଷରେ ସୁପ୍ରିମ କୋର୍ଟଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିିବାକୁ ପଡ଼ିଥିବା ସେ କହିଛନ୍ତି।

ପ୍ରଥମଥର ପାଇଁ ଲଖିମପୁର ଖେରୀ ମାମଲାରେ ପକ୍ଷ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ମାମଲାରେ ସୁପ୍ରିମ କୋର୍ଟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାର ଏନେଇ ସହମତି ପ୍ରକାଶ କରିିଥିଲେ । ରାଜ୍ୟ ସରକାର ଏହି ମାମଲାରେ ପାରଦର୍ଶିତାରେ କାମ କରୁଥିବା ସେ କହିଛନ୍ତି। ଜାତି ଓ ସଂପ୍ରଦାୟ ଆଧାରରେ ଭେଦଭାବ ପ୍ରଶ୍ନରେ ମୋଦି କହିଛନ୍ତି, ସବ୍‌କା ସାଥ, ସବ୍‌କା ବିକାଶ ବିଜେପିର ମନ୍ତ୍ର। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏହାକୁ ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରସଙ୍ଗ ସହ କୃଷକ ଆନ୍ଦୋଳନ, କଂଗ୍ରେସ, ବଜେଟ ଉପରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.