ସରିଲା ଜି-୨୦ ସମ୍ମିଳନୀ, ପରବର୍ତ୍ତୀ ଜି-୨୦ ଅଧ୍ୟକ୍ଷତା କରିବ ବ୍ରାଜିଲ

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ପରବର୍ତ୍ତୀ ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ । ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ମୋଦି ।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି୨୦ ସମ୍ମିଳନୀ ସମାପ୍ତ । ଜି୨୦ ସମ୍ମିଳନୀ ଶେଷ ହେବା ନେଇ ଘୋଷଣା କଲେ ମୋଦି । ଏହାପରେ ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ । ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାବର୍ଷ ଅଧ୍ୟକ୍ଷତା କରିବାକୁ ଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଦା ସିଲ୍ଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ ଗଛ ଚରା ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଦା ସିଲଭାଙ୍କୁ ଆଗାମୀ ଜି୨୦ ଅଧ୍ୟକ୍ଷତା ଭାର ହସ୍ତାନ୍ତର କରିଥିଲେ । ସେ ଲୁଲାଙ୍କୁ ଜି୨୦ ଅଧ୍ୟକ୍ଷତାର ବଟନ ଭାରତ ମଣ୍ଡପମରେ ଦେଇଥିଲେ । ଏହି ଅବସୀରେ ମୋଦି କହିଥିଲେ, ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଶୁଭକାମନା ଜଣାଉଛି, ଏବଂ ଆଗାମୀ ଜି୨୦ ଅଧ୍ୟକ୍ଷତା ସମର୍ପଣ କରୁଛି ।

ଜି ୨୦ ସମ୍ମିଳନୀ ବୈଠକ ସରିବା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ ପରେ ମିଟିଂ କରିବେ । ଏହାପରେ ମୋଦି କାନାଡା ପ୍ରଧାନମନ୍ତ୍ରୀଙ୍କ ସହିତ ଆଉ ଏକ ବୈଠକ କରିବେ । ଏହାପରେ ତୁର୍କୀ, ୟୁଏଇ, ଦକ୍ଷିଣ କେରିଆ, ବ୍ରାଜିଲ ଏବଂ ନାଇଜେରିଆ ରାଷ୍ଟ୍ରାଧ୍ୟକ୍ଷଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.