ଦୀପାବଳିରେ ଯୁବବର୍ଗଙ୍କୁ ମୋଦିଙ୍କ ବଡ ଉପହାର, ‘ରୋଜଗାର ମେଳା’ରେ ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଯୁବବର୍ଗଙ୍କୁ ଦେଇଛନ୍ତି ବଡ଼ ଉପହାର । ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ମେଳାରେ ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ । ଏହି ଅଭିଯାନର ନାମ ‘ରୋଜଗାର ମେଳା’ ଦିଆଯାଇଛି। ତେବେ ଆଜି ପ୍ରଧାନମନ୍ତ୍ରୀ ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଯୁବବର୍ଗଙ୍କୁ ଚାକିରି ଦେଇ ଭିଡିଓ କନଫରେନ୍ସରେ ଯୁବପିଢିଙ୍କ ସହିତ ଯୋଡି ହୋଇଛନ୍ତି। ଦେଶର ୫୦ଟି ସ୍ଥାନରେ ହେଉଛି ଏହି ନିଯୁକ୍ତି ମେଳା। ଏନେଇ ପିଏମଓ ପକ୍ଷରୁ ସୂଚନା ମିଳିଛି।

ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଡିହୋଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏଥିପାଇଁ ଦେଶରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ମିଶନ ମୋଡରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଡିସେମ୍ବର ୨୦୨୩ ମଧ୍ୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏହି ସବୁ ନିଯୁକ୍ତି ୟୁପିଏସସି, ଏସଏସସି, ରେଳବାଇ ଭର୍ତ୍ତି ବୋର୍ଡ, ଶ୍ରମ, ନିଯୁକ୍ତି ଓ ଅନ୍ୟ କେନ୍ଦ୍ରୀୟ ନିଯୁକ୍ତି ସଂସ୍ଥା ମାଧ୍ୟମରେ ହେବ। ଏହି ସବୁ ନିଯୁକ୍ତି କେନ୍ଦ୍ର ସରକାରଙ୍କ ୩୮ ବିଭାଗ/ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ।

ଏହାଛଡା ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧିନରେ ୪.୫ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ନୂଆ ଘର ମିଳିବ। ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧିନରେ ୩୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ୨୯ ଲକ୍ଷ ଘର ନିର୍ମାଣ କରାଯାଇଛି। ଯାହାର ଚାବି ଆଜି ପ୍ରଧାନମନ୍ତ୍ରୀ ମୋଦି ୪.୫ ଲକ୍ଷ ଲୋଙ୍କୁ ଦେବେ।

Also Read : ଇମ୍ରାନ ଖାନଙ୍କୁ ଲାଗିଲା ବଡ ଝଟକା, ଅଯୋଗ୍ୟ ଘୋଷଣା କରି ସାଂସଦ ପଦ ରଦ୍ଦ କଲେ ନିର୍ବାଚନ କମିଶନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.