ଜମ୍ମୁ-କାଶ୍ମୀର ସୋପିଆରେ ପୁଣି ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ, ଟଲିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଲିପଡିଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭ ଓ ଗୁଳି ଜବତ କରାଯାଇଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ଚଢାଉ କରାଯାଇଥିଲା। ଜଙ୍ଗଲ ଭିତରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସେପଟେ ଜଣେ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ଗଳାକାଟି ହତ୍ୟା କରିଛନ୍ତି ଆତଙ୍କବାଦୀ। ଗତକାଲି ମୋଟ ୩ ଜଣ ଯୁବକଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ଏଥିରୁ ଜଣଙ୍କୁ ହତ୍ୟା କରିଥିବାବେଳେ ୨ ଜଣଙ୍କୁ ଛାଡି ଦେଇଛନ୍ତି। ଏହାର ୨ ଦିନ ପୂର୍ବରୁ ମଧ୍ୟ ଆତଙ୍କବାଦୀମାନେ ଜଣେ ଛାତ୍ରଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏହି ଅଞ୍ଚଳରେ ଉତ୍ତଜେନା ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.