ବଞ୍ଚାଇଦେଲା Apple ଘଣ୍ଟା! ଏମରଜେନ୍ସି କଲ୍‌ ସାହାଯ୍ୟରେ ମହିଳାଙ୍କୁ ନଦୀରୁ ଏମିତି ଉଦ୍ଧାର କଲା ପୋଲିସ

ଆମେରିକାର ଏକ ନଦୀରେ ଫସିଥିବା ଜଣେ ମହିଳା ସନ୍ତରଣକାରୀଙ୍କୁ ପୋଲିସ ଉଦ୍ଧାର କରିଛି। ଘଟଣା ଗତ ସପ୍ତାହର। ସୂଚନା ମୁତାବକ, ମହିଳା Apple ଓ୍ଵାଚ୍‌ ଉପଯୋଗ କରି ପୋଲିସକୁ କଲ୍‌ କରିଥିଲେ। ଏହାପରେ ପୋଲିସ ଉକ୍ତ କଲ୍‌କୁ ରେସ୍‌ପନ୍ସ ଦେଇଥିଲା ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା।

ସୂଚନା ଅନୁସାରେ, ଓରେଗନ୍‌ର ଡେଲ୍ସ ସହରରେ କଲମ୍ବିଆ ନଦୀରେ ପହଁରୁଥିବା ବେଳେ ହଠାତ୍‌ ମହିଳା ସନ୍ତରଣକାରୀଙ୍କ ଗୋଡ଼ ଖସି ଯାଇଥିଲା, ଯାହାଫଳରେ ସେ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ନଦୀ ଭିତରେ ଥିବା ପଥର ସନ୍ଧିରେ ଫସି ରହିଥିଲେ। ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା, ତ ମହିଳାଙ୍କଠାରେ ହାଇପୋଥର୍ମିୟାର ଲକ୍ଷଣ ଦେଖା ଯାଇଥିଲା।

ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମେ ଅଗ୍ନିଶମ ଅଧିକାରୀମାନେ ଏକ ସିଡ଼ି ପକାଇଥିଲେ ଏବଂ ପଥରଗୁଡ଼ିକୁ ଘୁଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ବିଫଳ ହେବାରୁ ଜଣେ ଅଧିକାରୀ ନଦୀ ଭିତରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ।

ସ୍ଥିତିକୁ ଆକଳନ କରି ଅଧିକାରୀ ଜଣକ ପାଣି ଭିତରକୁ ଯାଇଥିଲେ ଏବଂ ମହିଳା ସନ୍ତରଣକାରୀଙ୍କୁ ଉଦ୍ଧାର କରି କୂଳ ପର୍ଯ୍ୟନ୍ତ ଆଣିବାରେ ସଫଳ ହୋଇଥିଲେ। ଘଟଣା ପରେ ଡେଲ୍ସ ପୋଲିସ ସହରର ସନ୍ତରଣକାରୀମାନଙ୍କୁ ଏକୁଟିଆ ନଦୀକୁ ନ ଯିବାକୁ ପରାମର୍ଶ ଦେଇଛି। ପୋଲିସ କହିଛି ଯେ ନଦୀର ଜଳ ବହୁତ ଥଣ୍ଡା ଏବଂ ଏହାର ଜଳ ପ୍ରବାହ ମଧ୍ୟ ବହୁତ ଦ୍ରୁତ ରହିଛି।

Appleରେ ଏମରଜେନ୍ସି କଲ୍‌ ଫିଚର

କହି ରଖୁଛୁ, Apple ୟୁଜରମାନଙ୍କୁ ସାଇଡ୍‌ ବଟନ ଥିବା ଓ୍ଵାଚ୍‌ରୁ କଲ୍‌ କରିବାକୁ ଅନୁମତି ଦେଇଥାଏ। କଲ୍‌ ପାଇଁ ୟୁଜରମାନଙ୍କୁ ୩ ସ୍ଲାଇଡର ଦେଖାଯିବା ପର୍ଯ୍ୟନ୍ତ ବଟନ ଦବାଇ ରଖିବାକୁ ପଡ଼ିଥାଏ। ଏହି ସ୍ଲାଇଡର ମଧ୍ୟରୁ ଗୋଟିଏ ଏମରଜେନ୍ସି ସର୍ଭିସ୍‌ କଲ୍‌ ସମାପ୍ତ ହେବା ପରେ ଘଣ୍ଟା ବ୍ୟବହାରକାରୀଙ୍କ ସ୍ଥାନକୁ ତାଙ୍କ ଏମରଜେନ୍ସି କନ୍‌ଟାକ୍ଟକୁ ପଠାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.