ମାଫିଆ ଡନ୍‌ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୟୁପିରେ ୧୪୪ ଧାରା; ହତ୍ୟା ଅଭିଯୋଗ ଆଣିଲେ ପୁଅ

ୟୁପିରେ ମାଫିଆ ଡନ୍‌ରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି ।

ଉତ୍ତର ପ୍ରଦେଶରେ ମାଫିଆ ଡନ୍‌ରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି । ତେବେ ଅନସାରୀଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ‘ସ୍ଲୋ ପଏଜନ୍’ ଦେଇ ହତ୍ୟା କରାଯାଇଛି ।

ଏହି ଘଟଣାରେ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ହେବ । ତିନି ଜଣିଆ ଟିମ୍‌ ତଦନ୍ତ କରିବେ । ୨ ଜଣ ଡାକ୍ତରଙ୍କ ଏକ ପ୍ୟାନେଲ ମୃତଦେହର ପୋଷ୍ଟମର୍ଟମ କରିବେ । ବ୍ୟବଚ୍ଛେଦର ଭିଡିଓଗ୍ରାଫି କରାଯିବ । ପୋଷ୍ଟମର୍ଟମ ପରେ ଅନସାରୀଙ୍କ ମୃତଦେହ ପୁଅ ଉମର ଅନସାରୀଙ୍କୁ ହସ୍ତାନ୍ତର କରାଯିବ ।

ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ମୁଖତାର ଅନସାରୀଙ୍କ ଗତକାଲି ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିଯିବା ପରେ ୯ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ଥିଲେ ।

ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶର ଅନେକ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାରା ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଅନେକ ଅପରାଧରେ ଜଡ଼ିତ ମୁଖତାର ଅନସାରୀ ସମାଜବାଦୀ ପାର୍ଟି ପକ୍ଷରୁ ଘାଜିପୁରରୁ ଲୋକସଭା ପାଇଁ ପ୍ରାର୍ଥୀ ଥିଲେ । ପୂର୍ବରୁ ସେ ୫ ଥର ବିଧାୟକ ହୋଇଥିଲେ । ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କ ହତ୍ୟା ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.