ସାମ୍ନାକୁ ଆସିଲା ବିକ୍ରାନ୍ତ ମେସୀଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ର ଟିଜର, ଜାଣନ୍ତୁ ରିଲିଜ୍‌ ଡେଟ୍‌

ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଅପ୍‌କମିଂ ଫିଲ୍ମ ‘ସାବରମତି ରିପୋର୍ଟ’ ପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି । ତେବେ ଫ୍ୟାନ୍ସ ଏହି ଫିଲ୍ମ ଦେଖିବା ପାଇଁ ଖୁବ୍‌ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଏକ ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା, ଯାହାପରେ ଲୋକମାନେ କାହାଣୀର ଗଭୀରତା ଜାଣିବାକୁ ଚାହୁଁଛନ୍ତି । ଏବେ ଫିଲ୍ମର ଟିଜର ରିଲିଜ୍‌ ହୋଇଛି । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି ।

ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଫିଲ୍ମ ‘12th Fail’ ପରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହି ଅଭିନେତା ତାଙ୍କ ଅପ୍‌କମିଂ ଫିଲ୍ମ ‘ସାବରମତି ରିପୋର୍ଟ’ ପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି । ତେବେ ଫ୍ୟାନ୍ସ ଏହି ଫିଲ୍ମ ଦେଖିବା ପାଇଁ ଖୁବ୍‌ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଏକ ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା, ଯାହାପରେ ଲୋକମାନେ କାହାଣୀର ଗଭୀରତା ଜାଣିବାକୁ ଚାହୁଁଛନ୍ତି । ଏବେ ଫିଲ୍ମର ଟିଜର ରିଲିଜ୍‌ ହୋଇଛି । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ତେବେ ନିର୍ମାତାମାନେ ଫିଲ୍ମ ‘ସାବରମତି ରିପୋର୍ଟ’ରେ ଗୁଜୁରାଟର ଗୋଧରା ରେଳ ଷ୍ଟେସନ ନିକଟ ସାବରମତି ଏକ୍ସପ୍ରେସରେ ଫେବୃଆରୀ ୧୭, ୨୦୦୨ରେ ଘଟିଥିବା ହୃଦୟ ବିଦାରକ କାହାଣୀ ସହିତ ଏହି ଫିଲ୍ମ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଫିଲ୍ମଟି ମଇ ୩, ୨୦୨୪ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

ତେବେ ‘ସାବରମତି ରିପୋର୍ଟ’ର ଟିଜରରେ ୨୨ ବର୍ଷ ଧରି ଲୁଚି ରହିଥିବା ଅଜଣା ଉପାଦାନଗୁଡ଼ିକର ଝଲକ ଦେଖିବାକୁ ମିଳିଛି, ତାହା ହେଉଛି ଯେତେବେଳେ ସାବରମତି ଏକ୍ସପ୍ରେସରେ ଏହି ଦୁଃଖଦ ଘଟଣା ଘଟିଥିଲା । ଟିଜରରେ ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସୀ,ରାଶି ଖାନ୍ନା ଏବଂ ରିଦ୍ଧି ଡୋଗରାଙ୍କୁ ଦମ୍‌ଦାର ଭୂମିକାରେ ଦେଖିବାକୁ ମିଳିଛି । ତେବେ ବିକ୍ରାନ୍ତ ମେସୀ ପୁଣି ଥରେ ଏକ ଦମ୍‌ଦାର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଆପଣମାନେ ଟିଜରରେ ଏହାର ଷ୍ଟୋରି ଛୋଟ ଝଲକ୍‌ ଦେଖିପାରିବେ ।

ଫିଲ୍ମ ‘ସାବରମତି ରିପୋର୍ଟ’ର ଟିଜର ସେୟାର କରି ବିକ୍ରାନ୍ତ ମେସୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି, ଯେ ଏହା ଏକ ଏପରି ଘଟଣା ଦେଶକୁ ଚକିତ କରିଛି । ଏହା ଏକ ଘଟଣା ଯାହା ଭାରତୀୟ ଇତିହାସକୁ ସବୁଦିନ ପାଇଁ ବଦଳାଇଲା । ‘ସାବରମତି ରିପୋର୍ଟ’ ମେ ୩ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ବିକ୍ରାନ୍ତ ମେସୀ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ, ଯିଏ ସତ୍ୟର ସନ୍ଧାନ କରୁଥିବାର ଦେଖିବାକୁ ମିଳିବେ ।

ତେବେ ଟିଜର ପୂର୍ବରୁ ନିର୍ମାତାମାନେ ଗୋଧରାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହି ଭିଡିଓ ଏକ ଇମୋସ୍‌ନାଲ ମାହୋଲ ସୃଷ୍ଟି କରିଥିଲା । ସେବେଠାରୁ ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଫେବୃଆରୀ ୨୭, ୨୦୦୨ ଦିନ ସକାଳେ ଗୋଧରା ରେଳ ଷ୍ଟେସନ ନିକଟରେ କ’ଣ ଘଟିଥିଲା । ତେବେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମେସୀ, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗରାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରଂଜନ ଚାନ୍ଦେଲ । ସେହିପରି ଶୋଭା କପୁର, ଏକତା ଆର କପୁର, ଅମୁଲ ବି ମୋହନ ଏବଂ ଅଶୁୁଲ ମୋହନ ଏହି ଫିଲ୍ମ ପ୍ରଡ୍ୟୁସ୍‌ କରୁଛନ୍ତି ।

 

View this post on Instagram

 

A post shared by Vikrant Massey (@vikrantmassey)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.