ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ: ଭିଡିଓ ଜାରି କରି ବିରୋଧୀଙ୍କୁ ଡକାୟତଙ୍କ ଦଳ ବୋଲି କହିଲେ

କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ଘନଉଛି ରାଜନୈତିକ ସଙ୍କଟ। ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଏନେଇ ସ୍ପଷ୍ଟ କରିଛନ୍ତି। ବିରୋଧୀଙ୍କୁ ଡକାୟତଙ୍କ ଦଳ କହିବା ସହ ଗତ ୩୦ବର୍ଷ ଧରି ଦେଶକୁ ଲୁଟିଛନ୍ତି ବୋଲି କହିଛନ୍ତି।

ଆସନ୍ତାକାଲି ପାକିସ୍ତାନ ସଂସଦରେ ଆସ୍ଥା ଭୋଟ ଆସିବା ପୂର୍ବରୁ ବଦମାସଙ୍କ ସାଥିରେ ନରହିବାକୁ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି। ସରକାର ଭାଙ୍ଗିବା ପାଇଁ ବିରୋଧୀ ମାନେ ଏବେ ଘୋଡ଼ା ବେପାର କରିବା ଆରମ୍ଭ କରିଛନ୍ତି। ଏହା ସହ ମାର୍ଚ୍ଚ ୨୭ ତାରିଖରେ ଇସଲାମାବାଦ ପରେଡ ଗ୍ରାଉଣ୍ଡରେ ପିଟିଆଇର ଶକ୍ତି ପ୍ରଦର୍ଶନ ରାଲି ବହୁ ସଂଖ୍ୟାରେ ଲୋକ ଯୋଗଦାନ କରିବାକୁ ସେ ଅପିଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.