ଏମିତି ବି ମିଳେ ଧୋକା ! ୨୩ ଲକ୍ଷ ଟଙ୍କା ଦେଇ କିଣିଥିଲେ କଳା ଘୋଡା, ହେଲେ ଘରେ ଆସି ଗାଧୋଇଦେବା ପରେ ହୋଇଗଲା ଲାଲ୍

ଆଜିର ସମୟରେ, ଯଦି ଆପଣ ବଜାରକୁ କିଛି କିଣିବାକୁ ଯାଉଛନ୍ତି, ତେବେ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ସାବଧାନ ନୁହଁନ୍ତି ତେବେ ଆପଣ ଧୋକା ଖାଇଯାଇପାରନ୍ତି ।ପଞ୍ଜାବରେ ରହୁଥିବା ଜଣେ ବ୍ୟକ୍ତି ଏମିତି କିଛି ପ୍ରତାରଣାର ଶୀକାର ହୋଇଛନ୍ତି, ଯେଉଁଥିପାଇଁ ସେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। କଥାଟି ହେଉଛି, ବ୍ୟକ୍ତି ଜଣକ ପ୍ରାୟ ୨୩ ଲକ୍ଷ ଟଙ୍କାରେ ଜଣେ ବ୍ୟବସାୟୀଙ୍କଠାରୁ ଏକ କଳା ଘୋଡା କିଣିଥିଲେ । କିନ୍ତୁ ସେ ଘୋଡାକୁ ଘରକୁ ଆଣି ସ୍ନାନ କରାଇବା ମାତ୍ରକେ କଳା ଘୋଡାଟିର ରଙ୍ଗ ଲାଲ ରଙ୍ଗ ହୋଇଯାଇଥିଲା।

ଘୋଡା ମାନଙ୍କରେ ଗାଢା କଳା ରଙ୍ଗ ବହୁତ କ୍ୱଚିତ୍ ଦେଖିବାକୁ ମିଳେ। ଘୋଡାମାନେରେ ପ୍ରାୟତଃ ଅନ୍ଯ ରଙ୍ଗ ସହିତ କଳା ମିଶ୍ରିତ ହୋଇ ରହିଥାଏ । ଯେଉଁମାନେ କେବଳ କଳା ରଙ୍ଗ, ସେମାନଙ୍କର ମୂଲ୍ୟ ବହୁତ ଅଧିକ ହୋଇଥାଏ । କଳା ତୁଳନାରେ ଅନ୍ୟ ରଙ୍ଗର ଘୋଡା କିମ୍ବା ମିଶ୍ରିତ ରଙ୍ଗ ଶସ୍ତା ହୋଇଥାଏ । କଳା ଘୋଡା କିଣିବା ପଞ୍ଜାବର ବାସିନ୍ଦା ରମେଶ କୁମାରଙ୍କ ପାଇଁ ମହଙ୍ଗା ପଡିଛି। ରମେଶ ୨୩ ଲକ୍ଷ ଟଙ୍କା ଦେଇ ଏକ କଳା ଘୋଡା କିଣି ଘରକୁ ଆଣିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କୁ ପ୍ରତାରଣା କରାଯାଇଛି।

ଠକେଇରେ ତିନି ଜଣ ଲୋକ ସାମିଲ୍:
ପଞ୍ଜାମର ସୁନାମ ସହରର ସାଙ୍ଗରୁର ବାସିନ୍ଦା ରମେଶ କୁମାର ଜଣେ ବ୍ୟବସାୟୀଙ୍କଠାରୁ ଘୋଡା କିଣିଥିଲେ। ଏହି କାରବାରରେ ତିନି ଜଣ ବ୍ୟକ୍ତି ଜଡିତ ଥିଲେ। ସମସ୍ତେ ଏକାଠି ହୋଇ ରମେଶଙ୍କୁ ଲାଲ ରଙ୍ଗର ଘୋଡାକୁ କଳା ରଙ୍ଗ ଦେଇ ୨୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ଏହି ଚୁକ୍ତିରେ ଠକେଇ ଲୁଚି ରହିଛି ବୋଲି ରମେଶ କୁମାର ଜାଣିପାରି ନଥିଲେ । ରମେଶ ଘୋଡାକୁ ଘରକୁ ଆଣିବା ପରେ ସ୍ନାନ କରିବା ମାତ୍ରେ କଳା ରଙ୍ଗ ଧୋଇ ହୋଇଯାଇଥିଲା ।ବ୍ୟବସାୟୀମାନେ ନାଲି ରଙ୍ଗର ଘୋଡାକୁ କଳା ରଙ୍ଗରେ ବିକ୍ରି କରିଥିଲେ। ସେ ପ୍ରଥମ ଥର ଘୋଡାକୁ ଗାଧୋଇବା ମାତ୍ରକେ ଏହି ପ୍ରତାରଣା ସାମ୍ନାକୁ ଆସିଥିଲା।

ପୋଲିସ୍ ନିକଟରେ ଅଭିଯୋଗ:
ଏହି ଘଟଣାରେ ରମେଶ ବ୍ୟବସାୟୀମାନଙ୍କୁ ୭ ଲକ୍ଷ ୬୦ ହଜାର ନଗଦ ଦେଇଛନ୍ତି। ଅବଶିଷ୍ଟ ରାଶି ପାଇଁ ରମେଶ ତାଙ୍କୁ ଦୁଇଟି ଚେକ୍ ଦେଇଥିଲେ। ଯାହା ମୋଟାମୋଟି ଭାବେ, ପାଖାପାଖି ୨୩ ଲକ୍ଷ ଟଙ୍କା ବ୍ୟବସାୟୀମାନଙ୍କୁ ଦିଆଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ଉକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.