ଭାରତ ଗସ୍ତରେ ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌, ଓସ୍କାରରେ ‘ଚାପୁଡ଼ା କାଣ୍ଡ’ ପରେ ମୁମ୍ବାଇରେ ଆସିଲେ ନଜର

ଭାରତ ଗସ୍ତରେ ହଲିଉଡ୍‌ ଅଭିନେତା ଓ୍ଵିଲ୍‌ ସ୍ମିଥ୍‌। ଓସ୍କାର ଆଓ୍ଵାର୍ଡ ଶୋ’ରେ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ଥିବା ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌ ପୁଣିଥରେ ଭାରତ ଆସିଛନ୍ତି। ୨୦୧୯ ମସିହାରେ ସେ ନିଜ ରିଆଲିଟି ଶୋ’ ଓ୍ଵିଲ୍‌ ସ୍ମିଥ୍‌ ବକେଟ୍‌ ଲିଷ୍ଟର ସୁଟିଂ ପାଇଁ ଭାରତ ଆସିଥିଲେ। କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେଲାଣି ଯାତାୟାତ ଉପରେ କଡ଼ା ପ୍ରତିବନ୍ଧକ ଥିଲା। କିନ୍ତୁ ଏବେ କଟକଣା କୋହଳ ହେବା ପରେ ପୁଣିଥରେ ଭାରତ ଆସିଛନ୍ତି ସ୍ମିଥ୍‌। ଶନିବାର ଦିନ ତାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ସେ ଆଖପାଖ ଲୋକଙ୍କ ସହ କଥା ହୋଇ ହୋଇ ହସୁଥିବାର ନଜର ଆସିଥିଲେ। ଓ୍ଵିଲ୍‌ ସ୍ମିଥ୍‌ ପୂର୍ବରୁ ମଧ୍ୟ ଅନେକ ଥର ଭାରତ ଆସି ସାରିଛନ୍ତି।

ନିକଟରେ ଭାଇରାଲ ଭୟାନୀ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଓ୍ଵିଲ୍‌ ସ୍ମିଥ୍‌ଙ୍କର ଏକ ଭିଡିଓ ସେୟାର କରାଯାଇଛି। ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ମିଥ୍‌ଙ୍କୁ ସ୍ପଟ୍‌ କରାଯାଇଥିଲା। ମିଡିଆ ରିପୋର୍ଟ ମୁତାବକ, ସେ ଜୁହୁର ଜେଡବ୍ଲ୍ୟୁ ମେରିଏଟ୍‌ ହୋଟେଲରେ ରହୁଛନ୍ତି। ନିକଟରେ ଏହି ଅଭିନେତା ଓସ୍କାର ସମାରୋହରେ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରିବା ଯୋଗୁ ଚର୍ଚ୍ଚାକୁ ଆସିଥିଲେ। ସେ ନିଜ ହିତାହିତ ଜ୍ଞାନ ଭୁଲି ଏମିତି କାଣ୍ଡ କରିଥିବା କହିଥିଲେ। ସୂଚନାଯୋଗ୍ୟ ଓସ୍କାର ଆଓ୍ଵାର୍ଡ ଶୋ’ରେ କ୍ରିସ୍‌ ରକ୍‌ ସ୍ମିଥ୍‌ଙ୍କ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟ ସ୍ଥିତିକୁ ନେଇ ମଜାକ୍‌ କରିଥିଲେ। ଫଳରେ ସେ ରାଗି ଯାଇ କ୍ରିସ୍‌ଙ୍କୁ ଚାପୁଡ଼ାଏ ମାରିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)


ଓସ୍କାର ଆଓ୍ଵାର୍ଡରେ ଏଭଳି ଅଶାଳୀନ ବ୍ୟବହାର ଯୋଗୁ ଓ୍ଵିଲ୍‌ ସ୍ମିଥ୍‌ଙ୍କୁ ବେଶ୍‌ ବଦନାମୀ ସହିବାକୁ ପଡ଼ିଥିଲା। ସେ ପତ୍ନୀ ଜେଡ଼ାଙ୍କ ଚନ୍ଦାପଣକୁ ନେଇ ମଜାକ୍‌ ଉଡ଼ାଯିବାକୁ ନେଇ ଷ୍ଟେଜ୍‌ରେ ଚଢ଼ି ହୋଷ୍ଟ୍‍ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାକୁ ସମସ୍ତେ ନିନ୍ଦା କରିବା ସହ ଓସ୍କାର ଏକାଡେମୀ ଓ୍ଵିଲ୍‌ ସ୍କିଥ୍‌ଙ୍କୁ ୧୦ ବର୍ଷ ଯାଏଁ ବ୍ୟାନ୍‌ କରିଛି। ତାଙ୍କୁ ‘କିଙ୍ଗ୍‌ ରିଚର୍ଡ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

ଏହି ଘଟଣା ପରେ ଓ୍ଵିଲ୍‌ ଇନ୍‌ଷ୍ଟାଗ୍ରାମ୍‌ରେ କ୍ରିସ୍‌ଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ- କୌଣସି ପ୍ରକାରର ହିଂସା, ବିଷାକ୍ତ ଓ ବର୍ବାଦ କରିଦେଇଥାଏ। ମୋ ବ୍ୟବହାର ଆଦୌ ଗ୍ରହଣୀୟ ନ ଥିଲା ଓ ଏଥିପାଇଁ କୌଣସି ବାହାନା କରିବା ଉଚିତ୍‌ ବି ନୁହେଁ। ମଜା କରିବା ଆମ କାମର ଏକ ଅଂଶ। କିନ୍ତୁ ଜେଡାଙ୍କୁ ନେଇ ଜୋକ୍‌ କରିବା ମତେ ଅଧିକ ବାଧିଥିଲା, ଯାହାକୁ ମୁଁ ସହ୍ୟ କରିପାରିଲିନାହିଁ। ମୁଁ ଭାବାତ୍ମକ ରୂପରେ ପ୍ରତିକ୍ରିୟା ବ୍ୟକ୍ତ କଲି। ଏଥିପାଇଁ କ୍ଷମା ମାଗୁଛି।

Also Read: IIT ମାଡ୍ରାସରେ ଏକାସାଙ୍ଗେ ୫୫ କରୋନା ପଜିଟିଭ୍‌ ଚିହ୍ନଟ, ପୁଣିଥରେ କଡ଼ା ହେବ ଗାଇଡ୍‌ଲାଇନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.