ବିଜେପି ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , କହିଲେ ଗରିବଙ୍କ ପାଇଁ କିଛି କରିନାହାନ୍ତି କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ୟୁଜ୍) : ବିଜେପି ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏନ୍‌ଡିଏ ସରକାର କେବଳ ଧନୀ ଲୋକଙ୍କ ଋଣ ଛାଡ କରୁଛନ୍ତି । ୪ ବର୍ଷ ମଧ୍ୟରେ ଗୋଟିଏ ବି କୃଷକଙ୍କ ଋଣ ଛାଡ କରିନାହାନ୍ତି । ଗରିବଙ୍କ ପାଇଁ କିଛି କରିନାହାନ୍ତି କେନ୍ଦ୍ର ସରକାର । କିନ୍ତୁ ତିନି ରାଜ୍ୟରେ କଂଗ୍ରେସ ଶାସନକୁ ଆସିବା ପରେ କୃଷକଙ୍କ ଋଣ ଛାଡ଼ କରାଯାଇଛି । କ୍ଷମତାକୁ ଆସିବାର କିଛି ସମୟ ମଧ୍ୟରେ ଦୁଇ ରାଜ୍ୟରେ କୃଷି ଋଣ ଛାଡ କରାଯାଥିବା ବେଳେ ରାଜସ୍ଥାନରେ ମଧ୍ୟ ଋଣ ଛାଡ଼ କରାଯିବ । ପ୍ରତିବର୍ଷ କୃଷି ଋଣ ଛାଡ଼ କରାଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି । କୃଷି ଋଣ ଛାଡ଼ କରିବାକୁ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.