ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା । ସେମାନଙ୍କୁ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ରାହୁଲଙ୍କୁ ଅନୁମତି ସହ ସବୁ ରାଜନୈତିକ ଦଳଙ୍କୁ ଲଖିମପୁର ଯିବାକୁ ଅନୁମତି ଦେଇଛି ଉତ୍ତର ପ୍ରଦେଶ ପୋଲିସ । ପୂର୍ବରୁ ପ୍ରିୟଙ୍କାଙ୍କୁ ପୋଲିସ ଅଟକ ରଖିଥିଲା। ପ୍ରିୟଙ୍କାଙ୍କୁ ମୁକ୍ତ କରିବା ପରେ ସେ ରାହୁଲଙ୍କ ସହ ମ୍ୟୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁବେଶ ଭଗେଲ ମଧ୍ୟ ସେମାନଙ୍କ ସହ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.