ଇଂଲଣ୍ଡରେ ମିଲଟନ କେନିଜ ଓଡ଼ିଆ ସୋସାଇଟି ପକ୍ଷରୁ ଧୂମଧାମରେ ପାଳିତ ହୋଇଛି ରଜ ପର୍ବ

କେନ୍ୟୁଜ୍: କେବଳ ଓଡ଼ିଶା କିମ୍ବା ଦେଶରେ ନୁହେଁ ସୁଦୂର ବିଦେଶରେ ବି ଧୂମଧାମରେ ପାଳିତ ହୋଇଛି ରଜ ପର୍ବ । ଇଂଲଣ୍ଡର ମିଲଟନ କେନିଜ ଓଡ଼ିଆ ସୋସାଇଟି ପକ୍ଷରୁ ଅଷ୍ଟମ ରଜ ଉତ୍ସବକୁ ଧୂମଧାମରେ ପାଳିଛନ୍ତି ସେଠାରେ ରହୁଥିବା ଓଡ଼ିଆ । ମିଲଟନ କେନିଜରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆ ପରିବାର ପ୍ରତିବର୍ଷ ଧୂମଧାମରେ ପାଳିଥାନ୍ତି । ନାଚ, ଗୀତ ସହ ପାଲା, ଦାସକାଠିଆ, ଭଳି ଲୋକ କଳାକୁ ବିଦେଶରେ ପ୍ରଚାର ପ୍ରସାର କରି ଓଡ଼ିଆ ଜାତିର ଟେକ ରଖିଥାନ୍ତି ସୋସାଇଟିର ସଦସ୍ୟ ମାନେ । ସେହିପରି ବାତ୍ୟା ଫନିରେ ପ୍ରଭାବିତ ଲୋକଙ୍କ ଉଦ୍ଦେଶ୍ୟରେ ସହାୟତା ରାଶି ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପଠାଇବା ପାଇଁ ମିଲଟନ କେନିଜ ଓଡ଼ିଆ ସୋସାଇଟି ନିଷ୍ପତ୍ତି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.