ପାକିସ୍ତାନର କଳା କାରନାମା , ଭାରତୀୟ ଯବାନଙ୍କୁ ପ୍ରେମଜାଲରେ ଫସାଇ ଗୁପ୍ତ ତଥ୍ୟ ନେଉଥିଲେ ମହିଳା ISI ଏଜେଣ୍ଟ

ରାଜସ୍ଥାନ : ପୁଣି ସାମ୍ନାକୁ ଆସିଲା ପାକିସ୍ତାନର କଳା କାରନାମା । ଭାରତୀୟ ଯବାନଙ୍କୁ ପ୍ରେମ ଜାଲରେ ଫସାଇ ଗୁପ୍ତ ତଥ୍ୟ ନେଉଥିଲେ ମହିଳା ISI ଏଜେଣ୍ଟ । ଆଉ ଦେଶ ପ୍ରତି ବିଶ୍ବାସ ଘାତକତା କରିଥିବାରୁ ଗିରଫ ହୋଇଛନ୍ତି ସୋମବୀର ସିଂହ ନାମକ ଜଣେ ଭାରତୀୟ ଯବାନ୍ ।

honeytrapରାଜସ୍ଥାନର ଜୈସଲମେରରେ କାର୍ଯ୍ୟରତ ହରିୟାଣାର ସୋମବୀର । ସୋସିଆଲ୍ ମିଡିଆ ଜରିଆରେ ସୋମବୀର ପାକିସ୍ତାନର ଗୁଇନ୍ଦା ବିଭାଗକୁ ଗୁପ୍ତ ସୂଚନା ଦେଉଥିବାର ଅଭିଯୋଗ ହୋଇଛି । ଆଇଏସଆଇ ଏଜେଣ୍ଟ ଅନିକା ଚୋପଡାଙ୍କ ସହ ଘଂଟା ଘଂଟା ଧରି ଚାଟ୍ କରୁଥିଲେ ସୋମବୀର । ଯେଉଁଥିରେ ଭାରତୀୟ ସେନା ସମ୍ବନ୍ଧିତ ତଥ୍ୟ ଦେଉଥିବାର ସୂଚନା ମିଳିଛି । ଯେଉଁଥିରେ ଆର୍ମିର ଗତିବିଧି ମଧ୍ୟ ସାମିଲ୍ ଥିଲା । ତେବେ ଏନେଇ କିଛି ଦିନ ତଳେ ସେମାବୀରଙ୍କ ଉପରେ ସନ୍ଦେହ ଜାତ ହୋଇଥିଲା । ତେଣୁ ତାଙ୍କ ଉପରେ ନଜର ରଖିଥିଲା ଇଣ୍ଟେଲିଜେନ୍ସ ଏଜେନ୍ସି । ପରେ ସୋମବୀରଙ୍କ ବିରୋଧରେ ପ୍ରମାଣ ମିଳିବାରୁ ଗିରଫ କରାଯାଇଛି। ଏବେ ଜୟପୁରରେ ସୋମବୀରଙ୍କୁ ପଚରାଉଚରା ଜାରି ରହିଛି। ଜାନୁଆରୀ ୧୮ ପର‌୍ୟ୍ୟନ୍ତ ସୋମବୀରଙ୍କୁ ପୁଲିସ ରିମାଣ୍ଡରେ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.