ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୁକ୍ତ ଜେଲରେ ପଢ଼ି ହେଲେ ଇଂଜିନିୟର, ପାଇଲେ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଜେଲରେ ଥିବା ଏ ଜି ପେରାରୀବଲନ ଜେଲରେ ରହି ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ଜେଲକୁ ଆସିବା ବେଳେ ସେ ମାତ୍ର ୧୯ ବର୍ଷର ଥିଲେ । ଜେଲରେ ରହିବା କାଳରେ ସେ ଇଂଜିନିୟରିଂ ଡିଗ୍ରୀ ପାସ୍‌ କରିବା ସହ ପରୀକ୍ଷାରେ ଗୋଲ୍ଡ ମେଡାଲ ମଧ୍ୟ ହାସଲ କରିଛନ୍ତି । ପେରାରୀବଲନ ୩୦ ବର୍ଷ ଧରି ଜେଲରେ ରହିଆସୁଛନ୍ତି ।

ଏବେ ତାଙ୍କୁ ମାସକ ପାଇଁ ପାରୋଲରେ ଯିବାକୁ ଅନୁମତି ମିଳିଛି । ୧୯ ବର୍ଷ ବୟସରେ ପେରାରୀବଲନ ଗିରଫ ହୋଇ ଜେଲ ଯାଇଥିବା ବେଳେ ଏବେ ତାଙ୍କୁ ୫୦ ବର୍ଷ ହୋଇଛି । ତେବେ ରାଜୀବ ଗାନ୍ଧିଙ୍କ ହତ୍ୟା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ତାଙ୍କୁ କେବଳ ଏକ ବ୍ୟାଟେରୀର ବ୍ୟବସ୍ଥା କରିବାକୁ କୁହାଯାଇଥିଲା ଯାହା ସେ କରିଥିଲେ । ତାଙ୍କୁ ଜଣା ନଥିଲା ଯେ ଏହି ବ୍ୟାଟେରୀ ରାଜୀବ ଗାନ୍ଧିଙ୍କ ହତ୍ୟାରେ ଲାଗିବ ବୋଲି ।

perarivalan.-
p.c. : hindi.news18.com

ରାଜୀବ ଗାନ୍ଧିଙ୍କ ହତ୍ୟା ଷଡଯନ୍ତ୍ରରେ ତାଙ୍କୁ ସିବିଆଇ ଗିରଫ କରିବା ପରେ ଜେଲ୍‌ ପଠାଇଥିଲା । କୋର୍ଟ ରାଜୀବ ଗାନ୍ଧିଙ୍କ ସବୁ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ପରେ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲା । ଜେଲ ଯିବା ପରେ ପେରାରୀବଲନ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ।

ପରେ ସେଠାରେ ବିସିଏ ଓ ପୁଣି ଏମ୍‌ସିଏ ଡିଗ୍ରୀ ହାସଲ କଲେ । କେବଳ ସେତିକି ନୁହେଁ ପରୀକ୍ଷାରେ ଗୋଲ୍ଡ ମେଡାଲ ମଧ୍ୟ ହାସଲ କରିଛନ୍ତି ପେରାରୀବଲନ । ପେରାରୀବଲନଙ୍କ ମୁକ୍ତି ପାଇଁ ଏବେ ବି ତାଙ୍କ ପିତା-ମାତା କେସ୍‌ ଲଢ଼ୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.