ବଢିଆ ଉପାୟ : ଅବୈଧ ନିର୍ମାଣ ଭାଙ୍ଗିବା ରୋକିବା ପାଇଁ ଗଢିଲେ ରାମ ମନ୍ଦିର, ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ ରଖିଲେ ମୋଦି ଏବଂ ଯୋଗୀଙ୍କ ମୂର୍ତ୍ତି

ମୋହନଲାଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅବୈଧ ନିର୍ମାଣ କରିଥିବା ଘର ଉପରେ ବନାଇଲେ ଭଗବାନ ରାମଙ୍କ ମନ୍ଦିର । ଆଉ ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୂର୍ତ୍ତିକୁ ରଖିଦେଲେ ।

ଅବୈଧ ନିର୍ମାଣ ଭାଙ୍ଗିବାରୁ ବଞ୍ଚାଇବାକୁ ଏକ ମନ୍ଦିର ନିର୍ମାଣ କରିଛନ୍ତି ଗୁଜରାଟର ଅଙ୍କଲେଶ୍ୱର ଜିଲ୍ଲାର ଜଣେ ବ୍ୟକ୍ତି । ମୋହନଲାଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅବୈଧ ନିର୍ମାଣ କରିଥିବା ଘର ଉପରେ ବନାଇଲେ ଭଗବାନ ରାମଙ୍କ ମନ୍ଦିର । ଆଉ ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୂର୍ତ୍ତିକୁ ରଖିଦେଲେ ।

ଉତ୍ତରପ୍ରଦେଶ ବାସିନ୍ଦା ମୋହନଲାଲ ଗୁପ୍ତା ଗତବର୍ଷ ଅଙ୍କଲେଶ୍ୱରରେ ଏକ ବିଲିଡିଂ କିଣିଥିଲେ । ଏହା ଉପରେ ଅବୈଧ ଭାବେ ଏକ ବିଲିଡିଂ ନିର୍ମାଣ କରିଥିଲେ । ଏହାକୁ ନେଇ ଅଙ୍କଲେଶ୍ୱରର ଗଡକୋଲ ଗାଁର ଲୋକେ ନଗର ସୋସାଇଟିରେ ରହୁଥିବା ମନସୁଖ ରଖାସିୟା ଭରୁଚ-ଅଙ୍କଲେଶ୍ୱର ଅର୍ବାନ ଡେଭଲପମେଣ୍ଠ ଅଥରିଟି(BAUDA) କୁ ଅଭିଯୋଗ କରିଥିଲେ । ଏହାର ଅଧିକାରୀ ବିଲିଡିଂକୁ ଭାଙ୍ଗିବା ଶୁଣି ମୋହନଲାଲ ବିଲିଡିଂର ଛାତ ଉପରେ ରାମ ମନ୍ଦିର ତିଆରି କରିଦେଲେ ।

ଅଧିକାରୀ ଜଣକ ତଦାରଖ କରିବା ପାଇଁ ବିଲିଡିଂରେ ପହଞ୍ଚିବା ପରେ ଯାହା ଦେଖିଥିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ମୋହନଲାଲ ଘର ଭାଙ୍ଗିବାକୁ ରୋକିବା ପାଇଁ ଛାତ ଉପରେ ରାମ ମନ୍ଦିର ନିର୍ମାଣ କରିବା ସହିତ ସାମ୍ନାର ଗୋଟେ କଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂର୍ତ୍ତି ଏବଂ ଆଉ ଏକ କଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୂର୍ତ୍ତି ତିଆରି କରିଦେଇଥିଲେ ।

ଏହାକୁ ନେଇ ଅଭିଯୋଗ କରିଥିବା ରଖାସିୟା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲକୁ ଚିଠି ଲେଖିଥିଲେ । ଏହାସହିତ ଅବୈଧ ନିର୍ମାଣ କରିବା ସହିତ ବାଉଦା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.