RBI ଆଜି ୦.୨୫% ହ୍ରାସ କରିପାରେ ସୁଧ ଦର, ଆପଣଙ୍କ ପକେଟ ଉପରେ ପଡିବ ଏହାର ପ୍ରଭାବ

ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି ବଜାରରେ ଫୋକସ ହେବ। ଆରବିଆ ପୁର୍ନବାରଦର ହ୍ରାସ କରିବ ନା ନାହିଁ ଏହାକୁ ନେଇ ସିଏନବିସି-ଆବାଜ୍‌ ଏକ୍ସପର୍ଟସ୍‌ ଏବଂ ବ୍ୟାଙ୍କର୍ସ ମଧ୍ୟରେ ପୋଲ ହୋଇଛି। ପୋଲରେ ୬୦ ପ୍ରତିଶତ ଲୋକଙ୍କର ଧାରଣା ରହିଛି ଯେ ଆଜି ଦରରେ ୦.୨୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିପାରେ।

ଲଗାତର ପଞ୍ଚମ ଥର ପାଇଁ ଆରବିଆଇ ଦ୍ୱାରା ଦର ହ୍ରାସ କରିବାର ଆଶା କରାଯାଉଛି। ସେହିପରି ୬୦ ପ୍ରତିଶତ ଲୋକଙ୍କ ଧାରଣା ଯେ ଚଳିତ ଆଥିର୍କ ବର୍ଷରେ ଦର ମୋଟ ୪୦ ବେସିସ୍‌ ପଏଣ୍ଟ ହ୍ରାସ ପାଇପାରେ।

ସମସ୍ତ ସୂଚନା ମିଶାଇ ଏହାଜଣାପଡିଲା ଯେ ଆରବିଆଇ ଛଅମାସ ପାଇଁ ରିଟେଲ ମହଙ୍ଗା ଅନୁମାନରେ ପରିବର୍ତ୍ତନ କରିବ ନାହିଁ। ରିଜର୍ଭ ବ୍ୟାଙ୍କ୍‌ ଚଳିତ ବର୍ଷ ଲଗାତର ଚାରି ଥର ରେପୋ ଦରରେ ୧.୧୦ ପ୍ରତିଶତ ହ୍ରାସ କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.