ଏଣିକି କୌଣସି ମିସାଇଲ ପରୀକ୍ଷା କଲେ ଆମେରିକାକୁ ଜଣାଇବନି ରୁଷ

ବଢ଼ିଲା ରୁଷ-ଆମେରିକା ଛକାପଂଝା। ଏଣିକି କୌଣସି ମିସାଇଲ ପରୀକ୍ଷା କଲେ ଆମେରିକାକୁ ଜଣାଇବନି ରୁଷ। ଗତ ମାସରେ ଓ୍ଵାସିଂଟନ ସହ ଆଣବିକ ଅସ୍ତ୍ର ଚୁକ୍ତି - ନ୍ୟୁ ଷ୍ଟାର୍ଟ ବାତିଲ କରିଥିଲା ମସ୍କୋ। ଏଥର ଆଉ ଏକ ଚୁକ୍ତିରୁ ଓହରିଗଲା। ରୁଷର ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ର‍୍ୟାବକୋଭ କହିଛନ୍ତି, ପେଣ୍ଟାଗନକୁ ମିସାଇଲ ପରୀକ୍ଷଣ ସଂପର୍କିତ ଆଉ କୌଣସି ସୂଚନା ଦିଆଯିବ ନାହିଁ।

ବଢ଼ିଲା ରୁଷ-ଆମେରିକା ଛକାପଂଝା। ଏଣିକି କୌଣସି ମିସାଇଲ ପରୀକ୍ଷା କଲେ ଆମେରିକାକୁ ଜଣାଇବନି ରୁଷ। ଗତ ମାସରେ ଓ୍ଵାସିଂଟନ ସହ ଆଣବିକ ଅସ୍ତ୍ର ଚୁକ୍ତି – ନ୍ୟୁ ଷ୍ଟାର୍ଟ ବାତିଲ କରିଥିଲା ମସ୍କୋ। ଏଥର ଆଉ ଏକ ଚୁକ୍ତିରୁ ଓହରିଗଲା। ରୁଷର ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ର‍୍ୟାବକୋଭ କହିଛନ୍ତି, ପେଣ୍ଟାଗନକୁ ମିସାଇଲ ପରୀକ୍ଷଣ ସଂପର୍କିତ ଆଉ କୌଣସି ସୂଚନା ଦିଆଯିବ ନାହିଁ।

ପୂର୍ବରୁ କୌଣସି ମିସାଇଲ ପରୀକ୍ଷା କଲେ ପରସ୍ପରକୁ ସୂଚନା ଦେଉଥିଲେ ଦୁଇ ଦେଶ। ଦଶନ୍ଧି ଦଶନ୍ଧି ଧରି ଏହା ଚାଲିଥିଲା। ଫଳରେ ମିସାଇଲ ପରୀକ୍ଷା ସମୟରେ ପରସ୍ପରର ଗତିବିଧିକୁ ନେଇ ଦୁଇ ଦେଶ ନିଶ୍ଚିତ ରହୁଥିଲେ। ଏବେ ୟୁକ୍ରେନ ଯୁଦ୍ଧରୁ ଆଣବିକ ଯୁଦ୍ଧର ଆଶଂକା ବଢ଼ୁଥିବା ବେଳେ ପେଣ୍ଟାଗନକୁ ସୂଚନା ଦେବା ବନ୍ଦ କରିଦେଲା କ୍ରେମିଲିନ। ପୁଣି ଏଭଳି ସମୟରେ ସୂଚନା ବନ୍ଦ କଲା ଯେତେବେଳେ ସାଇବେରିଆରେ ବହୁ ସଂଖ୍ୟାରେ ମୋବାଇଲ ଲଞ୍ଚର ଠୁଳ କରୁଛି ରୁଷ।

ବେଲାରୁଷରେ ରୁଷ ଆଣବିକ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଥିବା ନିକଟରେ ଘୋଷଣା କରିଥିଲେ ପୁଟିନ। ଯାହା ଆମେରିକାର ତଥା ପାଶ୍ଚାତ୍ୟର ଚିନ୍ତା ବଢ଼ାଇ ଦେଇଥିଲା। ଏବେ ମିସାଇଲ ପରୀକ୍ଷଣର ସୂଚନା ନଦେବା ନୂଆ ଆଶଂକା ବଢ଼ାଇଛି। ରୁଷର ପରାଜୟ ଆମ ଲକ୍ଷ ବୋଲି ନାଟୋ ଖୋଲାଖୋଲି ଭାବେ ଘୋଷଣା କରିବା ପରେ ଆମେରିକା ସହ ଗୋଟିଏ ପରେ ଗୋଟିଏ ଚୁକ୍ତିରୁ ଓହରି ଯାଉଛି ରୁଷ।

Leave A Reply

Your email address will not be published.