ନିଜ ପରିବାରକୁ ଲୁଚାଇଛନ୍ତି ପୁଟିନ: ଜଣେ ନୁହେଁ ଅନେକ ମହିଳାଙ୍କୁ ଦିନେ ପ୍ରେମ ଜାଲରେ ପକାଇଥିଲେ ଋଷ ରାଷ୍ଟ୍ରପତି

ର୍ତ୍ତମାନ ଜୋର୍ ସୋରରେ ଚାଲିଛି ୟୁକ୍ରେନ ଓ ଋଷିଆ ଯୁଦ୍ଧ। ଦୀର୍ଘ ଦିନର ତିକ୍ତତା ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ ଘୋଷଣା କରିବା ପରେ ଚାଲିଛି ଯୁଦ୍ଧ। ସୂଚନା ଅନୁଯାୟୀ ଋଷିଆ ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୮.୩୦ ରେ ୟୁକ୍ରେନ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଥିଲା।

ହେଲେ ଆପଣ କ’ଣ ଜାଣିଛନ୍ତି କି ଆଜି ଯୁଦ୍ଧର ଆରମ୍ଭ କରିଥିବା ପୁଟିନ ନିଜ ବ୍ୟକ୍ତିଗତ ଜୀବନକୁ ଏମିତି ଲୁଚାଇ ରଖିଛନ୍ତି ଯେ ଯାହାକି କାହାକୁ ବି ଜଣା ନାହିଁ। ଭ୍ଲାଦିମିର ପୁଟିନ୍ ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ। ପୁଟିନ ୧୯୭୫ ମସିହାରେ ଋଷର ଗୁପ୍ତ ଏଜେନ୍ସି କେଜିବିରେ ଯୋଗ ଦେଇଥିଲେ ଏବଂ ପରେ ରାଷ୍ଟ୍ରପତି ହୋଇଥିଲେ।

ପୁଟିନଙ୍କ ବ୍ୟକ୍ତିଗତ ଜୀବନ କଥା ସେ ନିଜେ ହିଁ ଲୁଚାଇ ରଖିଛନ୍ତି। ଏମିତିକି କୁହାଯାଏ ଯେ ତାଙ୍କର ଅନେକ ଗାର୍ଲ୍ ଫ୍ରେଣ୍ଡ୍ ଅଛନ୍ତି ଯାହା ପଛରେ ସେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରନ୍ତି। ତେବେ ଆଜି ଜାଣିବା ତାଙ୍କର ସିକ୍ରେଟ୍ ଫ୍ୟାମିଲି ବିଷୟରେ ଯାହାକୁ ସେ ସାରା ଦୁନିଆ ସାମ୍ନାରେ ଲୁଚାଇ ରଖିଛନ୍ତି।

Putin
Picture Credit – wiki

ଭ୍ଲାଦିମିର ପୁଟିନ ତାଙ୍କ ପରିବାର ବିଷୟରେ ସର୍ବସାଧାରଣରେ କେବେ ଆଲୋଚନା କରନ୍ତି ନାହିଁ । ଯଦିଓ କୁହାଯାଏ ଯେ ତାଙ୍କର ଦୁଇଟି ଝିଅ ଅଛନ୍ତି, ଯାହାର ନାମ ମାରିଆ ଏବଂ କ୍ୟାଟ୍ରିନା କିନ୍ତୁ ଏହି ଦୁଇ ଝିଅ ଛଡା ମଧ୍ୟ ତାଙ୍କର ଅନ୍ୟ ଝିଅ ଥିବା କୁହାଯାଉଛି। ଭ୍ଲାଦିମିର୍ ପୁଟିନଙ୍କ ଝିଅ ମାରିଆ ଜଣେ ମେଡିକାଲ ରିସର୍ଚ୍ଚର ଏବଂ ସେ ତାଙ୍କ ଡଚ୍ ସ୍ୱାମୀ ଜର୍ଜ ଫାସେନଙ୍କ ସହ ମସ୍କୋରେ ରୁହନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ତେବେ ଏହା ମଧ୍ୟ ସେ କାହାରିକୁ କହିନାହାନ୍ତି।

ତାଙ୍କର ଅନ୍ୟ ଏକ ଝିଅ କ୍ୟାଟ୍ରିନା ଟିଖୋନୋଭା ଜଣେ ଆକ୍ରୋବାଟ୍ ନୃତ୍ୟଶିଳ୍ପୀ ଏବଂ ମସ୍କୋ ଷ୍ଟେଟ୍ ୟୁନିଭରସିଟିରେ ଉଚ୍ଚ ପଦବୀରେ ଅଛନ୍ତି। ସେ ୧.୭ ବିଲିୟନ ଡ଼ଲାରର ଷ୍ଟାର୍ଟଅପ୍ ଚଳାଉଛନ୍ତି । ସେ ୨୦୧୭ ରେ ଋଷିଆର ବିଲିୟନେୟାର କାଇଲି ଶାମାଲୋଭଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତି ଚଳିତ ବର୍ଷ ଛାଡପତ୍ର ଦେଇଛନ୍ତି।

୨୦୨୦ ମସିହାରେ, ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ ଭ୍ଲାଦିମିର ପୁଟିନ ଜଣେ ମହିଳା ସୁଇପରଙ୍କ ସହିତ ସମ୍ପର୍କ ରଖିଥିଲେ, ଯିଏକି ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି । ତେବେ ସ୍ୱେତଲାନା କ୍ରିଭୋନୋଗିକ୍ ନାମକ ଏହି ମହିଳାଙ୍କ ସହ ପୁଟିନଙ୍କ ସମ୍ପର୍କ ୯୦ ଦଶକରେ ଆରମ୍ଭ ହୋଇଥିଲା ଏବଂ ୨୦୦୩ ମସିହାରେ ସେମାନେ ନିଜ ସମ୍ପର୍କକୁ ଭାଙ୍ଗିଥିଲେ।

ଆଉ ଏକ ରହସ୍ୟର କଥା ହେଉଛି ପୁଟିନ ଓ ସ୍ୱେତଲାନା କ୍ରିଭୋନୋଗିକଙ୍କର ମଧ୍ୟ ଏକ ୧୮ ବର୍ଷର ଝିଅ ଅଛି। ତେବେ ଏହି ରିପୋର୍ଟ ଗତ ବର୍ଷ ପ୍ରକାଶ ପାଇଥିଲା। ଝିଅ ହେବା ପରେ ହିଁ ପୁଟିନ ସ୍ୱେତଲାନାଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ। ବର୍ତ୍ତମାନ ଭ୍ଲାଦିମିର୍ ପୁଟିନ୍ ତାଙ୍କ ସିକ୍ରେଟ ରଖିଥିବା ଝିଅ ୧୮ ବର୍ଷୀୟ ଲୁଇସାଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୁଇସା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଜଣେ ରାଷ୍ଟ୍ରପତିଙ୍କ ଝିଅ ହୋଇଥିବାରୁ ସେ ବହୁତ ଖୁସି, ଯାହାକି ସେ ମଧ୍ୟ ଜାଣିନଥିଲେ। ଲୁଇସା ସୋସିଆଲ ମିଡିଆରେ ନିଜର ବିଳାସପୂର୍ଣ୍ଣ ଜୀବନର ଫଟୋ ସେୟାର କରୁଥିବା ଅନେକ ସମୟରେ ଦେଖାଯାଏ ।

ତେବେ ସେ ଯେତେବେଳେ ନିଜ ପ୍ରେମିକାଙ୍କ ୧୮ ବର୍ଷୀୟ ଝିଅ ଲୁଇସାଙ୍କ ପଛରେ ଟଙ୍କା ଖର୍ଚ୍ଚ କରୁଥିଲେ ଅନେକ ଭାବୁଥିଲେ ସେ ତାଙ୍କର ଗର୍ଲପ୍ରେଣ୍ଡ କିନ୍ତୁ ପରେ ଜଣାପଡିଥିଲା ସେ ତାଙ୍କର ଝିଅ, ଯାହା ବିଷୟରେ କେହି ବି ଜାଣିନାହାନ୍ତି। ତେବେ କିଛି ବର୍ଷ ପୂର୍ବରୁ ସେ ତାଙ୍କ ଝିଅ ବୟସର ଜଣେ ଯୁବତୀଙ୍କୁ ଡେଟ କରୁଥିବା କଥା ମଧ୍ୟ ଉଠିଥିଲା କିନ୍ତୁ ଏହାକୁ ପୁଟିନ ଖଣ୍ଡନ କରିଥିଲେ ।

ଏକ ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନଙ୍କ ସମ୍ପର୍କ ଜଣେ ୩୭ ବର୍ଷୀୟ ପୂର୍ବତନ ଜିମ୍ନାଷ୍ଟ ଆଲିନା କବାବାଙ୍କ ସହିତ ମଧ୍ୟ ଅଛି। ସେ ତାଙ୍କୁ ବର୍ତ୍ତମାନ ଡେଟ କରୁଛନ୍ତି। ଆଲିନା ଜଣେ ଜିମ୍ନାଷ୍ଟ ଏବଂ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ, ୧୪ ଟି ବିଶ୍ୱ ଚାମ୍ପିଅନସିପ୍ ଏବଂ ୨୫ ଟି ୟୁରୋପୀୟ ଚାମ୍ପିଅନସିପ୍ ଜିତିଛନ୍ତି । କ୍ରୀଡ଼ାରୁ ଅବସର ନେବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ପୁଟିନଙ୍କ ୟୁନାଇଟେଡ୍ ଋଷିଆ ପାର୍ଟିର ସାଂସଦ ହୋଇଥିଲେ।

୧୯୮୩ ମସିହାରେ ଭ୍ଲାଦିମିର୍ ପୁଟିନ୍ ଲ୍ୟୁଡମିଲା ଶକ୍ରେବେନେଭାଙ୍କୁ ବିବାହ କରିଥିଲେ। ପୁଟିନ ଓ ଲ୍ୟୁଡମିଲାଙ୍କର ହିଁ ଦୁଇଟି ଝିଅ ମାରିଆ ଓ କ୍ୟାଟ୍ରିନା ଅଛନ୍ତି ଯାହା ବିଷୟରେ କିଛି ଲୋକ ଜାଣିଛନ୍ତି। ତେବେ ତାଙ୍କ ପତ୍ନୀ ଲ୍ୟୁଡମିଲାଙ୍କ ସହ ତାଙ୍କର ୨୦୧୩ ମସିହାରେ ଛାଡପତ୍ର ହୋଇଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ।

ଭ୍ଲାଦିମିର ପୁଟିନଙ୍କ ସମ୍ପତ୍ତି ବିଷୟରେ କହିଲେ ତାଙ୍କର ୧୬୦ ବିଲିୟନ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୬,୫୫୫ ବିଲିୟନ ଟଙ୍କା ଅଛି। ସେ ଅନେକ ସମ୍ପତ୍ତିର ମାଲିକ ହେବା ସହିତ ତାଙ୍କର କାର୍, ଗୁପ୍ତ ମହଲ ଓ ବ୍ୟକ୍ତିଗତ ଜେଟ୍ ରହିଛି। ତାଙ୍କ ପାଖରେ ଅଧିକ ଦାମୀ ଘଣ୍ଟାର ବଡ଼ କଲେକ୍ସନ ଅଛି। କିନ୍ତୁ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ନିଜ ଗୁପ୍ତଚର ଏଜେନ୍ସିକୁ ମଧ୍ୟ କୁହନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.