କେରଳର ସବରିମଲା ମନ୍ଦିରରେ ମହିଳାଙ୍କୁ ମିଳିଲା ପ୍ରବେଶ ଅନୁମତି , ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : କେରଳର ସବରିମଲା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଜଜ୍‌ଙ୍କ ସାମ୍ବିଧାନିକ ପୀଠ ଆଜି ରାୟ ଶୁଣାଇବେ । ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଆର.ଏଫ. ନରିମାନ, ଜଷ୍ଟିସ ଏ.ଏମ.ଖାନଓ୍ଵିଲକର,  ଜଷ୍ଟିସ ଡି.ଓ୍ଵାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଅଛନ୍ତି । ଅଗଷ୍ଟ ୧ ତାରିଖରେ ମାମାଲାର ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ବର୍ତ୍ତମାନ ୧୦ ବର୍ଷରୁ ୫୦ ବର୍ଷ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶର ଅନୁମତି ନାହିଁ । ଇଣ୍ଡିଆନ୍‌ ୟଙ୍ଗ ଲୟର୍ସ ଆସୋସିଏସନ୍‌ ଓ ଅନ୍ୟମାନେ ଏହି ପ୍ରଥାକୁ ଚ୍ୟାଲେଞ୍ଜ କରି ଆବେଦନ କରିଛନ୍ତି। ଏହି ପ୍ରଥା ଲିଙ୍ଗଗତ ପ୍ରଭେଦ କରୁଥିବା ଅଭିଯୋଗ ହୋଇଛି। ଆବେଦନକାରୀ କହିଛନ୍ତି ଯେ ଏହାଦ୍ୱାରା ସାମ୍ବିଧାନିକ ସମାନତାର ଅଧିକାର କ୍ଷୁଣ୍ଣ ହେଉଛି। ସେପଟେ ଏହି ଆବେଦନ ବିରୋଧରେ ଯୁକ୍ତି ଦର୍ଶାଯାଇଛି ଯେ ଶହ ଶହ ବର୍ଷର ପୁରୁଣା ଏହି ପ୍ରଥାରେ ସୁପ୍ରିମକୋର୍ଟ ଦଖଲ ଦେବା ଠିକ୍‌ ନୁହେଁ। ଭଗବାନ ଅୟପ୍ପା ନିଜେ ବ୍ରହ୍ମଚାରୀ ଓ ସେ ମହିଳାଙ୍କ ପ୍ରବେଶ ଚାହାନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.