ରାସନର ବିଚିତ୍ର ବ୍ୟବସ୍ଥା, ପିଏସଓ ମେସିନର ନେଟଓ୍ଵର୍କ ପାଇଁ ଚଢ଼ିବାକୁ ପଡୁଛି ଛାତ ଉପରେ

ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ମଧ୍ୟମରେ ପ୍ରତି ଉପଭୋକ୍ତା ପିଓଏସ ମେସିନ ମାଧ୍ୟମରେ ଟିପ ଚିହ୍ନ ଦେଇ ରାସନ ଆଣିବାର ନିୟମ ରହିଛି। କିନ୍ତୁ ଏହା ଏବେ ଅନେକ ଜାଗାରେ  ସଠିକ ଭାବରେ କାମ କରୁନଥିବାରୁ ରାସନ ଯୋଗାଣରେ ବହୁ ବାଧା ଉପୁଜୁଛି ଓ ଅନେକ ଜାଗାରେ ନେଟଓ୍ଵର୍କ ସଠିକ ନଆସୁଥିବାରୁ ଡିଲର ମାନେ ଛାତ ଉପରେ ପିଓଏସ ଡିଭାଇସ ଧରି ଲୋକଙ୍କୁ ରାସନ ଦେଉଥିବାର ଦେଖାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୁରାହାନପୁର ଝୁରପାଙ୍ଗାରିଆ ଗାଁରେ ଯେଉଁଠାରେ ରାସନ ଦୋକାନୀ ଗତ ଏକ ବର୍ଷ ହେବ ପିଓଏସ( ପଏଣ୍ଟ ଅଫ ସେଲ) ମେସିନ ଧରି ଲୋକଙ୍କୁ ରାସନ ସାମଗ୍ରୀ ଦେଇ ଆସୁଛନ୍ତି। କିନ୍ତୁ ଗାଁରେ ଭଲ  ନେଟଓ୍ଵର୍କ ନଥିବାରୁ  ରାସନ ଦେକାନୀ ଅନେକ ସମୟ ଛାତ ଉପରେ ଚଢି ମେସିନ ମଧ୍ୟମରେ ଲୋକଙ୍କୁ ରାସନ ଦେବାକୁ ପଡିଥାଏ।

ନେଟଓ୍ଵର୍କ ଆସିବାପରେ ମେସିନ ଲଗ ଅନ ହୋଇଥାଏ।  ତାପରେ ଯାଇ  ଗ୍ରାମବାସୀଙ୍କୁ ରାସନ  ଦିଆଯାଇଥାଏ। ଜିଲ୍ଲାରେ ୪୦ ରୁ ୧୩୦ ପର୍ଯ୍ୟନ୍ତ  ସରକାରୀ ଖୁଚୁରା ରାସନ ଦେକାନ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ।  ଏଠାରେ ବିଏସଏନଏଲର ନେଟଓ୍ଵର୍କ ବଡ ଅସୁବିଧାରେ ମିଳିଥାଏ। ତେଣୁ ରାସନ ଦୋକାନୀମାନଙ୍କୁ ପିଓଏସ କମ୍ପାନୀ ବିଭିନ୍ନ ପ୍ରାଇଭେଟ କମ୍ପାନୀର ସିମ୍‌ ବ୍ୟବହାର କରି ଦୋକାନୀମାନଙ୍କୁ ଦେଇଛନ୍ତି।

କ୍ଷେତ୍ରୀୟ ଅଧିକାରୀଙ୍କ ମୁତାବକ ଜିଲ୍ଲାରେ ଏମିତି  ୩୮ ଗାଁ ଅଛି ଯେଉଁଠାରେ ନେଟଓ୍ଵର୍କ କମ ରହିଥାଏ।  ସେଠାରେ ଅଫଲାଇନ ରାସନ ବାଣ୍ଟିବାପାଇଁ ଅନୁମତି ଦିଆଯାଇଥିବାର  ସାଧାରଣ ବଣ୍ଟନ ଅଧିକାରୀ ଅର୍ଚ୍ଚନା ନାଗପୁରେ  କହିଛନ୍ତି ଏହା ସହ ନେଟଓ୍ଵର୍କ ସମସ୍ୟକୁ ବହୁତ ଜଲଦି  ସମାଧାନ କରାଯିବ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.