ୱୱେସୀ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀଙ୍କ ଉପରେ ଲାଗିଲା ରାଜଦ୍ରୋହ ମାମଲା

ଏଆଇଏମଆଇଏମ ମୁଖ୍ୟ ତଥା ଅସଉଦ୍ଦିଦ୍ନ ୱୱେସୀଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅମୂଲ୍ୟା ଲିୟୋନା ନାମ୍ନୀ ଏହି ଯୁବତୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ଯୁବତୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଥିବାବେଳେ ତାଙ୍କୁ ପରପ୍ପାନା ଅଗ୍ରହାରା ସେଣ୍ଟ୍ରାଲ୍ ଜେଲ୍କୁ ପଠାଯାଇଛି।

owesi

ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଫ୍ରିଡମ୍ ପାର୍କଠାରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବିକ୍ଷୋଭ ସଭା ଆୟୋଜନ ହୋଇଥିଲା। ୱୱେସୀ ଏହି ସଭାରେ ଯୋଗଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ସମ୍ପୃକ୍ତ ଯୁବତୀ ଜଣଙ୍କ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ଆରମ୍ଭ କରିଦେଇଥିଲେ। ୱୱେସୀ ଏହାକୁ ରୋକିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଯୁବତୀ ଜଣକ ଶୁଣିନଥିଲେ। ଶେଷରେ ପୋଲିସ୍ ମଞ୍ଚ ଉପରୁ ଯୁବତୀଙ୍କୁ ଗିରଫ କରିଥିଲେ। କିନ୍ତୁ ଯୁବତୀଙ୍କ ଏପରି କାର୍ଯ୍ୟରେ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ ଝିଅ ଯାହା କହିଲା, ତାହା କହିବା ଉଚିତ ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.