“ଏସିୟାନ ଅଫ ଦ ଇୟର”ପାଇଁ ମନୋନୀତ ହେଲେ ସିରମ ଇନଷ୍ଟିଟ୍ୟୁଟର ସିଇଓ ଆଦର ପୁନାୱାଲା

ବିଶ୍ୱର ସର୍ବବୃହତ ଟିକା ନିର୍ମାତା ସଂସ୍ଥା “ସିରମ ଇନ୍ଷ୍ଟିଟ୍ୟୁଟ ଅଫ ଇଣ୍ଡିଆ”ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୁନାୱାଲା “ଏସିଆନ ଅଫ ଦ ଇୟର” ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଆଦର ପୁନାୱାଲାଙ୍କ ବ୍ୟତୀତ ଆଉ ୫ ଜଣ ମଧ୍ୟ ଚଳିତ ବର୍ଷର ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । କୋଭିଡ-19 ମହାମାରୀ ବିରୋଧୀ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ପାଇଁ ହିଁ ଆଦରଙ୍କ ନାମ ମନୋନୀତ ହୋଇଥିବା ନେଇ ଜଣାଯାଇଛି । ପୁନେ ସ୍ଥିତ ସିରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆ, ଅକ୍ସଫୋର୍ଡ ୟୁନିଭର୍ସିଟି ତଥା ବ୍ରିଟିଶ ସ୍ୱିଡ଼େନ କମ୍ପାନୀ ଇସ୍ଟ୍ରାଜେନିକା ସହ ମିଶି କୋଭିଡ-19 ଟିକା “କୋଭିସିଲ୍ଦ” ଉତ୍ପାଦନ ଜାରି ରଖିଛି । ଭାରତରେ ବି ବର୍ତ୍ତମାନ ସମୟରେ ଏହି ଟିକାର ଟ୍ରାଏଲ ପ୍ରକ୍ରିୟା ଚାଲୁ ରହିଛି ।

ଆଦରଙ୍କ ବ୍ୟତୀତ ମନୋନୀତ ହୋଇଥିବା ଅନ୍ୟ ୫ ଜଣ ଜାପାନ, ଚୀନ, ସିଙ୍ଗାପୁର, ମରିସସର ବୈଜ୍ଞାନିକ ବୋଲି ଜଣାଯାଇଛି । ଆଉ ଏହି ସମସ୍ତଙ୍କର ବିଭିନ୍ନ ଭ୍ୟାକସିନ ଉଦ୍ଭାବନରେ ବିଶେଷ ଅବଦାନ ରହିଥିବା ଜଣାଯାଇଛି । “ଦ ଷ୍ଟ୍ରେଟସ ଟାଇମ୍ସ” ମୁତାବକ ଏହି ସମସ୍ତଙ୍କୁ “ଦ ଭାଇରସ ବଷ୍ଟର୍ସ” ଟାଇଟଲ ଦିଆଯାଇଛି । ଆଉ ଏହି ସମସ୍ତେ ନିଜ କ୍ଷମତା ଅନୁସାରେ କରୋନା ମହାମାରୀର ପ୍ରଭାବ କମାଇବା ପାଇଁ ନିଜ ପ୍ରୟାସ ଜାରି ରଖିଛନ୍ତି । କହିରଖିବା ଉଚିତ ହେବଯେ, ଆଦର ପୁନାୱାଲା ଙ୍କ ପିତା ସାଇରସ ପୁନାୱାଲା ଏସଆଇଆଇର ସ୍ଥାପନା ୧୯୬୬ ମସିହାରେ କରିଥିଲେ । ଆଦରଙ୍କୁ ୩୯ ବର୍ଷ ବୟସ ହୋଇଥିବା ବେଳେ ୨୦୧୧ରେ ସେ କମ୍ପାନୀର ଦାୟିତ୍ୱ ନେଇଥିଲେ । ଅନୁନ୍ନତ ଦେଶର ଗରିବ ଶ୍ରେଣୀ ଲୋକଙ୍କ ନିକଟକରେ ଖୁବ କମ ଦାମରେ ଟିକା ଯୋଗାଇ ଆସୁଥିବା ନେଇ କହିଛନ୍ତି ଆଦର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.