ଦିଲ୍ଲୀରେ କରୋନା ଆତଙ୍କ, ୨୪ ଘଣ୍ଟାରେ ୭ ନୂଆ ରୋଗୀ, ଏବେ କ୍ଵାରେଣ୍ଟାଇନରେ ରାଜଧାନୀବାସୀ

କରୋନା ଭାଇରସକୁ ନେଇ ଗତ ଦୁଇଦିନ ଧରି ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । ତେବେ ରାଜଧାନୀରେ ଗତ ୨୪ ଘଣ୍ଟା ଭିତରେ ୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଯାହାଦ୍ୱାରା ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଏହାବ୍ୟତୀତ ଗତକାଲି ୧୦ ହଜାରରୁ ଉର୍ଦ୍ଧ୍ୱ ଦିଲ୍ଲୀବାସୀଙ୍କୁ ହୋମ କ୍ଵାରେଣ୍ଟାଇନ ପାଇଁ ପଠାଇ ଦିଆଯାଇଛି ।

Corona virus

ଦିଲ୍ଲୀ ସ୍ୱାସ୍ଥ୍ୟବିଭାଗ ଅନୁଯାୟୀ ୧୦,୪୬୪ ଜଣ ଲୋକ ବର୍ତ୍ତମାନ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି । କରୋନା ଭାଇରସକୁ ନେଇ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବରରେ କଲ ପରେ କଲ । ପରିସ୍ଥିତି ଏଭଳି ଯେ ମେଡିକାଲ ଟିମ ମଧ୍ୟ କମ ପଡିଯାଇଛନ୍ତି । ଲୋକମାନନ୍କୁ ସତର୍କ କରାଇବା ସହିତ କିଛି କିଛି ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ କରିଦିଆଯାଇଛି ଏବଂ ଲୋକମାନନ୍କୁ କେବଳ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଯଦି ରବିବାର ଜନତା କର୍ଫ୍ୟୁ ଠିକଠାକ ରହିବ ତାହେଲେ ସୋମବାରଠାରୁ ଦିଲ୍ଲୀକୁ ଲକଡାଉନ କରିଦିଆଯିବ । ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଟ୍ରେନରେ ଅନେକ ଲୋକ ସଂକ୍ରମିତ ମିଳିଥିବାରୁ ସମୁଦାୟିକ ସ୍ତରରେ ଏହା ବ୍ୟାପିପାରେ ବୋଲି ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁଯାୟୀ ଦିଲ୍ଲୀରେ ସଂକ୍ରାମିତଙ୍କ ସଂଖ୍ୟା ୨୭ରେ ପହଞ୍ଚି ଯାଇଛି ସେଥିମଧ୍ୟରେ ଜଣେ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଟନ୍ତି ଏହା ବ୍ୟତୀତ ଜଣେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.