ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ: ୨୬ ଜୀବନ୍ତ ଦଗ୍ଧ, ଆହୁରି ମୃତାହାତ ଥିବା ସୂଚନ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ୧୬ ଜଣ ଜୀବନ୍ତ ଦଗ୍‌ଧ । ଅଘଟଣ ଘଟିଛି ଦିଲ୍ଲୀ ମୁଣ୍ଡ୍‌କା ମେଟ୍ରୋ ଷ୍ଟେସନ୍‌ ନିକଟରେ । ଏକ ତିନି ମହଲା ବିଶିଷ୍ଟ ବ୍ୟାବସାୟିକ କୋଠରେ ସଂଧ୍ୟାରେ ନିଆଁ ଲାଗି ଯାଇଥିଲା ।

fire2

ବର୍ତ୍ତମାନ ସୁଦ୍ଧା  ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଲୋକ ଫସି ରହିଥିବା ଜଣାଯାଇଛି। ସମସ୍ତ ମୃତହେଦ ଉଦ୍ଧାର କରାଯାଇଛି। କୋଠାରୁ ଉଦ୍ଧାର କରାଯାଇଥିବା ୯ ଜଣ ଆହତଙ୍କୁ ସଂଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶା କରାଯାଉଛି।

ଅଗ୍ନିଶମ ବାହିନୀର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି ଯେ, କୋଠାରେ ୩୦ରୁ ୪୦ ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ତୃତୀୟ ମହଲାରେ ଯାଞ୍ଚ ଚାଲିଛି। କୋଠାର ପ୍ରଥମ ମହଲାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବ‌େଳେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଅଗ୍ନିକାଣ୍ଡ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‌ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶୋକ ଜଣାଇଛନ୍ତି। ଉଭୟ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.