ମୋବାଇଲକୁ ଚାର୍ଜରେ ରଖି ଗେମ୍‌ ଖେଳୁଥିଲେ ପିଲା, ସର୍ଟସର୍କିଟରୁ ଘରେ ଲାଗିଲା ନିଆଁ, ୪ ପିଲା ମୃତ

ରବିବାର ସକାଳ ମେରଠ ପଲ୍ଲବପୁରମ ଥାନା ଅଞ୍ଚଳରେ ଜନତା କଲୋନୀରେ ଜୋନୀ ନାମକ ଜଣେ ବ୍ୟକ୍ତି ଶନିବାର ରାତିରେ ମୋବାଇଲ ଫୋନ ଚାର୍ଜ କରିଥିଲେ । ଏହି ସମୟରେ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ଜୋନୀ ଏବଂ ତାଙ୍କ ପତ୍ନୀ ବବିତା ଏବଂ ୪ ପିଲା ନିଆଁରେ ପୋଡି ଯାଇଥିଲେ ।

ମେରଠର ପଲ୍ଲବପୁରମ ଅଞ୍ଚଳରେ ମୋବାଇଲ ଚାର୍ଜ ସମୟରେ ସର୍ଟସର୍କିଟ ହେବାରୁ ୪ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଘଟଣାରେ ମୃତ ପିଲାଙ୍କ ବାପା ମା ଆହତ ହୋଇଛନ୍ତି ।

ପୋଲିସ ସୂଚନା ମୁତାବକ, ରବିବାର ସକାଳ ପଲ୍ଲବପୁରମ ଥାନା ଅଞ୍ଚଳରେ ଜନତା କଲୋନୀରେ ଜୋନୀ ନାମକ ଜଣେ ବ୍ୟକ୍ତି ଶନିବାର ରାତିରେ ମୋବାଇଲ ଫୋନ ଚାର୍ଜ କରିଥିଲେ । ଏହି ସମୟରେ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ଜୋନୀ ଏବଂ ତାଙ୍କ ପତ୍ନୀ ବବିତା ଏବଂ ୪ ପିଲା ନିଆଁରେ ପୋଡି ଯାଇଥିଲେ ।

ସେମାନଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ଅଭିଭାବକ ଦ୍ୱୟ ଆହତ ହୋଇଛନ୍ତି । ତେବେ ପିଲାମାନେ ମୋବାଇଲକୁ ଚାର୍ଜରେ ରଖି ଗେମ୍‌ ଖେଳୁଥିଲେ । ଏହି ସମୟରେ ସର୍ଟ ସର୍କିଟ ହେବା ଯୋଗୁଁ ନିଆଁ ଲାଗିଯାଇଥିଲା । ପୋଲିସ ମାମଲାରେ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.