ଆସ୍ଥମା ରୋଗୀ ହୋଲି ଦିନ ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍, ନଚେତ୍ ହୋଇପାରେ ବଡ଼ ସମସ୍ୟା

କଲର ବିନା ହୋଲି ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ପରସ୍ପରକୁ ବହୁତ ଭଲପାଇବା ସହିତ ରଙ୍ଗ ଲଗାନ୍ତି ଏବଂ ଘରେ ତିଆରି ଟେଷ୍ଟି ଖାଦ୍ୟ ଖାଆନ୍ତି । କିନ୍ତୁ ଏହି ପର୍ବ ବେଳେବେଳେ ଆସ୍ଥମା ରୋଗୀମାନଙ୍କ ପାଇଁ ଅସୁବିଧାର କାରଣ ପାଲଟି ପାରେ ।

ହୋଲି ସମସ୍ତ ସ୍ଥାନରେ ଏକ ବଡ଼ ପର୍ବ ଭାବରେ ପାଳନ କରାଯାଏ । ତେବେ କଲର ବିନା ଏହି ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ପରସ୍ପରକୁ ବହୁତ ଭଲପାଇବା ସହିତ ରଙ୍ଗ ଲଗାନ୍ତି ଏବଂ ଘରେ ତିଆରି ଟେଷ୍ଟି ଖାଦ୍ୟ ଖାଆନ୍ତି । କିନ୍ତୁ ଏହି ପର୍ବ ବେଳେବେଳେ ଆସ୍ଥମା ରୋଗୀମାନଙ୍କ ପାଇଁ ଅସୁବିଧାର କାରଣ ପାଲଟି ପାରେ । ହୋଲି ଦିନ ଯଦି କଲର ଏହାର ରୋଗୀଙ୍କ ପାଟିରେ ପ୍ରବେଶ କରେ, ତେବେ ସେମାନେ ଆସ୍ଥମା ଆଟାକ୍‌ର ଶିକାର ହୋଇପାରନ୍ତି । ଆସ୍ଥମା ରୋଗୀମାନେ ଏହି ଦିନ ସତର୍କ ରହିବା ଉଚିତ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ ଟିପ୍ସ ଜଣାଇବୁ । ଯାହାକୁ ଫଷଲା କରି ଆପଣ ନିଜକୁ ହୋଲିରେ ସୁରକ୍ଷିତ ରଖିପାରିବେ ।

ଆସ୍ଥମା ରୋଗୀମାନେ ହୋଲି ଦିନ ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବା ଉଚିତ୍ :
ହୋଲି ଦିନ କେମିକାଲ କଲର ଏବଂ ଧୂଳିଠାରୁ ଦୂରରେ ରୁହନ୍ତୁ : ଯେଉଁମାନେ ଆସ୍ଥମା ରୋଗରେ ପୀଡିତ, ସେମାନେ ହୋଲିର କେମିକାଲ କଲର ଏବଂ ଧୂଳିରୁ ଦୂରେଇ ରହିବା ଉଚିତ୍ । ଯଦି ଆପଣଙ୍କୁ ହୋଲି ଖେଳିବାକୁ ବହୁତ ମନ ହେଉଛି, ତେବେ ଆପଣ ପାଣିରେ ହୋଲି ଖେଳିପାରିବେ । କାରଣ ହୋଲି କଲରରେ ଖେଳିବା ଦ୍ୱାରା ଆସ୍ଥମାର ଆଶଙ୍କା ବଢିପାରେ, ଯେଉଁଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ ।

ଆପଣଙ୍କ ସହିତ ଏକ ଇନହେଲର୍ ରଖନ୍ତୁ : ଆସ୍ଥମା ରୋଗୀମାନେ ହୋଲି ଦିନ ସବୁବେଳେ ସେମାନଙ୍କ ସହିତ ଏକ ଇନହେଲର୍ ରଖିବା ଉଚିତ୍ । ଏହି ଦିନ କଲରରେ ବହୁତ ହୋଲି ଖେଳ ହେଉଥିବା ଯୋଗୁ, ଆପଣଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହୋଇପାରେ । ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ପାଖରେ ଇନହେଲର୍ ରଖିବା ଉଚିତ । ଏହାକୁ ବ୍ୟବହାର କରି ଆପଣ ଏପରି ସମସ୍ୟାରୁ ଆରାମ ପାଇପାରିବେ । ଯଦି ସେହି ସମୟରେ ଆପଣଙ୍କ ପାଖରେ ଇନହେଲର୍ ନାହିଁ, ତାହେଲେ ଏହି କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ ।

ଫେସ୍ ମାସ୍କ ବ୍ୟବହାର କରନ୍ତୁ : ଯଦି ଆସ୍ଥମା ରୋଗୀ ହୋଲିରେ ବାହାରକୁ ଯାଉଛନ୍ତି, ତେବେ ସେମାନେ ଫେସ୍ ମାସ୍କ ପିନ୍ଧିବା ଉଚିତ୍ । ବିଶେଷ ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ନାକ କଭର ରହିବ ଜରୁରୀ ।

ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଆସ୍ଥମା ରୋଗୀମାନେ କେମିକାଲ କଲରରେ ହୋଲି ଖେଳିବା ଠାରୁ ଦୂରେଇ ରହିବା ଉଚିତ୍ । ଏହାର କାରଣ ହେଉଛି ସେହି କଲରରେ ବହୁତ କେମିକାଲ ମିଶିଥାଏ । ଯେତେବେଳେ ସେହି କଲର ରୋଗୀଙ୍କ ଫୁସଫୁସରେ ପ୍ରବେଶ କରେ, ଏହି ରୋଗୀଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହୋଇଥାଏ । ସେଥିପାଇଁ ଆସ୍ଥମା ରୋଗୀ ମାନେ ହୋଲି ଦିନ ଏହି ସବୁ ଜିନିଷରେ ବିଶେଷ ଧ୍ୟାନ ଦିଅନ୍ତୁ । ନଚେତ ଆଗକୁ ଯାଇ ଆସ୍ଥମା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.