ସିଙ୍ଗାପୁରରେ ୩୦ ଗ୍ରାମ୍‌ ହେରୋଇନ୍‌ ଚୋରା ଚାଲାଣ, ପାଖାପାଖି ୨୦ ବର୍ଷ ପରେ ପ୍ରଥମ ମହିଳାଙ୍କୁ ମିଳିବ ଫାଶୀ

ସିଙ୍ଗାପୁରରେ ଚଳିତ ସପ୍ତାହରେ ୩୦ ଗ୍ରାମ୍‌ ହେରୋଇନ୍‌ ଚୋରା ଚାଲାଣର ଦୁଇ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ଏଥିରେ ଜଣେ ମହିଳା ଦୋଷୀ ଅଛନ୍ତି। ପାଖାପାଖି ୨୦ ବର୍ଷ ପରେ ପ୍ରଥମ ଥର ଜଣେ ମହିଳାଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଯିବ।

ସିଙ୍ଗାପୁରରେ ଚଳିତ ସପ୍ତାହରେ ୩୦ ଗ୍ରାମ୍‌ ହେରୋଇନ୍‌ ଚୋରା ଚାଲାଣର ଦୁଇ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ଏଥିରେ ଜଣେ ମହିଳା ଦୋଷୀ ଅଛନ୍ତି। ପାଖାପାଖି ୨୦ ବର୍ଷ ପରେ ପ୍ରଥମ ଥର ଜଣେ ମହିଳାଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଯିବ। ତେବେ ସେ ନିଜ ମୃତ୍ୟୁଦଣ୍ଡ ରୋକିବାକୁ ଆବେଦନ କରିଥିବା ସୂଚନା ରହିଛି।

ସ୍ଥାନୀୟ ଅଧିକାର ସଙ୍ଗଠନ ଟ୍ରାନ୍ସଫର୍ମେଟିଭ୍‌ ଜଷ୍ଟିସ୍‌ କଲେକ୍ଟିଭ୍‌ (ଟିଜେସି) କହିଛି ଯେ ହେରୋଇନ୍‌ ଚୋରା ଚାଲାଣର ମହିଳା ଦୋଷୀ ହେଉଛନ୍ତି ୪୫ ବର୍ଷୀୟା ସରିଦେବୀ ଜାମାନି। ଶୁକ୍ରବାର ତାଙ୍କୁ ଫାଶୀ ଦିଆଯିବ। ୨୦୧୮ରେ ପ୍ରାୟ ୩୦ ଗ୍ରାମ ହେରୋଇନ୍‌ ଚୋରା ଚାଲାଣ ପାଇଁ ଜାମାନିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଆଉ ଯଦି ଏମିତି ହୁଏ, ତେବେ ସେ ୨୦୦୪ ମସିହା ପରେ ସିଙ୍ଗାପୁରରେ ମୃତ୍ୟୁଦଣ୍ଡ ପାଇବାକୁ ଥିବା ପ୍ରଥମ ମହିଳା ହେବେ। ସେହି ସମୟରେ ଡ୍ରଗ୍ କାରବାର ପାଇଁ ୩୬ ବର୍ଷୀୟା ହେୟାରଡ୍ରେସର୍‌ ୟେନ ମେ ୱେନଙ୍କୁ ଫାଶୀ ଦିଆଯାଇଥିଲା।

କହି ରଖୁଛୁ ଯେ ସିଙ୍ଗାପୁର ହତ୍ୟା ଏବଂ ଅପହରଣ ସମେତ କେତେକ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦେଇଥାଏ। ଏଥିରେ ବିଶ୍ୱର କିଛି କଠୋର ନିଶା ନିବାରଣ ଆଇନ ମଧ୍ୟ ରହିଛି। ଯେପରି ୫୦୦ ଗ୍ରାମରୁ ଅଧିକ ଭାଙ୍ଗ ଏବଂ ୧୫ ଗ୍ରାମରୁ ଅଧିକ ହେରୋଇନ୍ ଚାଲାଣ କଲେ ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ହୋଇପାରେ।

ସୂଚନାଥାଉ କି, କୋଭିଡ-୧୯ ମହାମାରୀ ସମୟରେ ଦୁଇ ବର୍ଷର ବ୍ୟବଧାନ ପରେ ସରକାରଙ୍କ ଦ୍ୱାରା ଫାଶୀ କାର୍ଯ୍ୟାନୁଷ୍ଠାନ ପୁଣିଥରେ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ଅତି କମ୍‌ରେ ୧୩ ଜଣଙ୍କୁ ଫାଶୀ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.