‘ୱେଦର୍‌ ରାଡାର୍‌’ କାମ ନ କରିବାରୁ ଚୀନ୍‌ରୁ କୋଲ୍‌କାତା ଫେରିଆସିଲା ‘ସ୍ପାଇସ୍‌ଜେଟ୍‌’ର ମାଲବାହୀ ବିମାନ

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ ବିମାନରେ ପୁଣି ତ୍ରୁଟି । ଚୀନ ଯାଉଥିବା ବେଳେ ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର ଫେଲ୍‌ ହେଲା । କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବାରୁ କୋଲକାତା ଫେରିଆସିଛି । ଗତକାଲି ମଧ୍ୟ ପାକିସ୍ତାନ କରାଚୀରେ ସ୍ପାଇସ ଜେଟ୍‌ର ଜରୁରୀ ଅବତରଣ କରିଥିଲା । ସ୍ପାଇସ ଜେଟ B737 ଏୟାର କ୍ରାଫ୍‌ଟର ଦିଲ୍ଲୀରୁ ଦୁବାଇ ଯାଉଥିବା SG 11 ବିମାନ କରାଚୀରେ ଅବତରଣ କରିଥିଲା । ଉଡ଼ାଣ ଆରମ୍ଭ କରିବା ପରେ ବିମାନର ‘ୱେଦର୍‌ ରାଡାର୍‌’ ଅଚଳ ହୋଇଯିବା ପରେ ଦାୟିତ୍ବରେ ଥିବା ପାଇଲଟ୍‌ କୋଲ୍‌କାତା ଫେରିଆସିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଉକ୍ତ ବିମାନଟିକୁ ନିରାପଦରେ କ‌ୋଲ୍‌କାତାରେ ଅବତରଣ କରାଯାଇଛି।

ତେବେ ଗତ ୧୮ ଦିନ ମଧ୍ୟରେ ସ୍ପାଇସ୍‌ଜେଟରେ ୮ ଥର ଯାନ୍ତ୍ରିକ ତୃଟି ଘଟିଲାଣି । ଏନେଇ ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଡିସିଜିଏ । କୌଣସି ଆକ୍ସନ ନେବା ପୂର୍ବରୁ ତିନି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନୋଟିସ୍‌ ଜାରି ହୋଇଛି । ସେପଟେ ଘଟଣା ନେଇ ସ୍ପାଇସ୍‌ଜେଟ୍‌ ଉପରେ ବର୍ଷିଛନ୍ତି ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଯାତ୍ରୀଙ୍କ ସୁରକ୍ଷା ସର୍ବପ୍ରଥମେ ବୋଲି କହିଛନ୍ତି ସିନ୍ଧିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.