Below header

ସାବତ ଝିଅକୁ ନଅ ବର୍ଷ ଧରି ଦୁଷ୍କର୍ମ କରିଥିବା ପିତାକୁ ଶେଷ ନିଶ୍ୱାସ ଥିବା ଯାଏ ଜେଲ୍‌

ଲକ୍ଷ୍ନୈା: ମାନବ ସମାଜ ଦିନକୁ ଦିନ ପତନ ଆଡ଼କୁ ଅଗ୍ରସର ହେଉଛି । ସମାଜରେ ଦିନକୁ ଦିନ ବଢ଼ିଚାଲିଥିବା ଅପରାଧ ଏହାର ମୁଖ୍ୟ କାରଣ । ଦୟା,ଧର୍ମ,ମାନବିକତା, ଭଲ ପାଇବା ଧିରେ ଧିରେ ସମାଜରୁ ଦୂରେଇ ଯିବାକୁ ବସିଛି । ବେଳେ ବେଳେ ଏଭଳି ଲଜ୍ଜାଜନକ ଘଟଣା ନଜରକୁ ଆସେ ଯାହା ଭଦ୍ର ସମାଜକୁ ବ୍ୟଥିତ କରେ ।

ମାନବତାକୁ ଲଜ୍ଜିତ କରୁଥିବା ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ହୁସେନ୍‌ଗଞ୍ଜରେ ।
ଜଣେ ପିତା ତାର ୭ ବର୍ଷର ସାବତ ଝିଅକୁ ଦୁଷ୍କର୍ମ କରିଛି । ତାହା ପୁଣି ଦୀର୍ଘ ୯ ବର୍ଷ ଧରି । କୋର୍ଟ ଏବେ ପୀଡ଼ିତାକୁ ନ୍ୟାୟ ଦେଇଛି ଅଭିଯୁକ୍ତ ପିତାକୁ ଆଜୀବନ କାରାଦେଶ ଦେଇଛି ।

ସୂଚନାନୁଯାୟୀ, ପୀଡ଼ିତା ୩ ବର୍ଷ ବୟସର ଥିବାବେଳେ ତାର ମାତା ପିତାଙ୍କର ତଲାକ ହୋଇଯାଇଥିଲା । ପୀଡ଼ିତା ଓ ତାର ଭାଇ ମା’ଙ୍କ ପାଖରେ ରହୁଥିଲେ । କିଛି ଦିନ ପରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ମହମ୍ମଦ ଫରିଦ୍‌ ଖାନ୍‌କୁ ବିବାହ କରିଥିଲେ । କିନ୍ତୁ ଅଭିଯୁକ୍ତ ମହମ୍ମଦ ପୀଡ଼ିତା ଓ ତାର ଭାଇକୁ ପସନ୍ଦ କରୁନଥିଲା ।

ଅଭିଯୁକ୍ତ ମହମ୍ମଦ ପୀଡ଼ିତାର ମା’  ଓ ଭାଇକୁ ନିଶା ବଟିକା ଦେଇ ପୀଡ଼ିତାକୁ ଦୀର୍ଘ ୯ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା । ପୀଡ଼ିତାର ଅଭିଯୋଗ କ୍ରମେ ମା’ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ସମସ୍ତଙ୍କୁ ମାର ଧର କରୁଥିଲା ।
ଏ ସମ୍ପର୍କରେ ପୀଡ଼ିତାର ମା’ ୨୦୧୫ ମସିହା ଜୁନ୍‌ ୨୬ ତାରିଖରେ ହୁସେନ୍‌ଗଞ୍ଜ ଥାନରେ ଅଭିଯୋଗ କରିବା ପରେ ମାମଲା ଜଣାପଡ଼ିଥିଲା ।
ମାମଲାର ବିଚାର କରି କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜରିମାନା କରିଛି ।

ଜରିମାନାର ୯୦ ପ୍ରତିଶତ ଅର୍ଥ ପୀଡ଼ିତାଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ବେଳେ ଅଭିଯୁକ୍ତ ଶେଷ ନିଶ୍ୱାସ ଥିବା ଯାଏ ଜେଲ୍‌ରେ ରହିବେ ବୋଲି ପ୍ରକାଶ କରିଛନ୍ତି । ଦୀର୍ଘ ୪ ବର୍ଷ ପରେ କୋର୍ଟ ଆଜି ପୀଡ଼ିତାଙ୍କୁ ନ୍ୟାୟ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.