ମଣିଷ ସାଙ୍ଗରେ ୧୦୦ ମିଟର ଦୌଡରେ ଭାଗନେଲା କୁକୁର, ଜାଣନ୍ତୁ ଜିତିଲା କିଏ ?

ବେଜିଙ୍ଗ : ଚୀନର ଏକ ୧୦୦ ମିଟର ଦୌଡ  ପ୍ରତିଯୋଗିତାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ର ମାନଙ୍କ ରେସ୍‌ ଭିତରକୁ ଅଚାନକ ଏକ ବୁଲା କୁକୁର ପଶି ଆସିଥିଲା । ଆଉ ପ୍ରତିଯୋଗୀଙ୍କ ସାଙ୍ଗରେ ଦୌଡିବାକୁ ଲାଗିଲା । କେବଳ ସେତିକି ନୁହେଁ ତୃତୀୟ ସ୍ଥାନ ପାଇଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହେବାରେ ଲାଗିଛି ।

୨୩ ମେ’ରେ ଏହି ୧୦୦ ମିଟର ଦୌଡ ପ୍ରତିଯୋଗିତା ଚୀନର ନିଙ୍ଗାସିୟାରେ ବିଫାଙ୍ଗ ୟୂନିଭର୍ସିଟ ସ୍ପୋର୍ଟ ଇଭେଣ୍ଟ ତରଫରୁ ଆୟୋଜିତ କରାଯାଇଥିଲା । ଏହି ରେସରେ ୮ ପ୍ରତିଯୋଗୀ ଭାଗ ନେଇଥିଲେ । ଅଚାନକ ରେସ ଭିତରକୁ ଆସିଥିବା କୁକୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ୪ ବର୍ଷ ହେବ ରହି ଆସୁଛି । କୁକୁର ଯେତେବେଳେ ସେହି ଛାତ୍ର ମାନଙ୍କ ଗହଣରେ ଦୌଡୁଥିଲା ସେତେବେଳେ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଡିଓଟିକୁ ଅନୁଧ୍ୟାନ କରି ଜଣା ପଡୁଛି ଯେ,କୁକୁରଟି ପ୍ରତିଯୋଗୀଙ୍କ ସହ ସମ୍ପର୍ଣ୍ଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୌଡ ପୂର୍ଣ୍ଣକରି ତୃତୀୟ ସ୍ଥାନ ଅଧିକାର କରିଛି । ହେଲେ ଏହି ବୁଲା କୁକୁରଟି ଅଚାନକ ଦୌଡ ପ୍ରତିଯୋଗିତାକୁ କାହିଁକି ଆସିଲା ତାହା ସମସ୍ତଙ୍କୁ ଆଚମ୍ବିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.