ଏଥର କେମିତିି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏଗଜାମ? ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଏଥର ଅନ ଲାଇନ ନା ଅଫଲାଇନ । କେମିତିି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏଗଜାମ। ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଏଏମ୍‌ ଖାନଭିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସବୁ ରାଜ୍ୟର ବୋର୍ଡ, ସିବିଏସି ଓ ICSEକୁ ଜବାବ ମାଗିଛନ୍ତି ସବୋର୍ଚ୍ଚ ଅଦାଲତ।

କରୋନା ମହାମାରକୁ ଦୃଷ୍ଟିରେ ରକି ରାଜ୍ୟ ବୋର୍ଡ , CBSE ଓ ICSEର ଅଫ୍‌ଲାଇନ୍‌ ପରୀକ୍ଷା ଗୁଡିକ ରଦ୍ଦ କରିବାକୁ ଦାବି ହୋଇଛି। କୋଭିଡ ବେଳେ ସ୍କୁଲ ବନ୍ଦ ଥିବାରୁ ପାଠ ପଢାରେ ଅସୁବିଧା ହୋଇଛି । କ୍ଲାସରୁମ୍‌ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଫଳରେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପାରି ନାହାନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୧୫ ରାଜ୍ୟର ଛାତ୍ରଛାତ୍ରୀ । ଗତବର୍ଷ ପରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରିବାକୁ ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ । ସୁପ୍ରିମକୋର୍ଟ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.