ଦିଲ୍ଲୀ ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ଉଚ୍ଛେଦ ଉପରେ ରୋକ୍, ରହିତାଦେଶ ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ଉଚ୍ଛେଦ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଉଚ୍ଛେଦ ଉପରେ ରହିତାଦେଶ ଲାଗୁ କରିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋର୍ଟଙ୍କ ଆଦେଶ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ଦିଲ୍ଲୀ ମୁନିସିପାଲିଟି କର୍ପୋରେସନ ମେୟର ରାଜ ଇକବାଲ ସିଂ।

ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ର୍ନିମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା । ବେଆଇନ ର୍ନିମାଣ ଭାଙ୍ଗିବା ପୂର୍ବରୁ ଜାହାଙ୍ଗୀରପୁରୀରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ପୋଲିସ ଛାଉଣୀ କରାଯାଇଥିଲା । ବଡ଼ ବଡ଼ କୋଠାକୁ ମାଟିରେ ମିଶାଇଥିଲା ବୋଲଡୋଜର ।

ଜାହାଙ୍ଗିରପୁରୀ ବେଆଇନ ଉଚ୍ଛେଦ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।  ମାମଲାର ଶୁଣାଣି ଆସନ୍ତାକାଲି ରହିଛି।  ଆସନ୍ତକାଲି ୨ଟା ବେଳେ ଦିଲ୍ଲୀ ହାଇକୋର୍ଟ ଶୁଣାଣୀ କରିବେ।  ଜହାଙ୍ଗିରପୁରୀ ମାମଲାରେ ବରିଷ୍ଠ ଓକିଲ ଦୋଷ୍ୟନ୍ତ ଦେବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.