ଉତ୍ତରପ୍ରଦେଶର ଜ୍ଞାନବାପି-କାଶୀ ବିଶ୍ୱନାଥ ବିବାଦ ପ୍ରସଙ୍ଗ: ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

କେନ୍ୟୁଜ୍‌: ଉତ୍ତରପ୍ରଦେଶର ଜ୍ଞାନବାପି-କାଶୀ ବିଶ୍ୱନାଥ ବିବାଦ ପ୍ରସଙ୍ଗ । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ସରିଛି ଜ୍ଞାନବାପି ମସଜିଦର ଭିଡିଓଗ୍ରାଫି ସର୍ଭେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦର ଭିଡ଼ିଓଗ୍ରାଫି ସର୍ଭେ କାର୍ଯ୍ୟ ଶେଷ ହୋଇଛି। ତୃତୀୟ ଦିନର ସର୍ଭେ ଶେଷ ହେବା ପରେ ଆଇନଜୀବୀ ବିଷ୍ଣୁ ଜୈନ ମସଜିଦ ପରିସରରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗ ମିଳିଥିବା ଦାବି କରିଛନ୍ତି ।

୧୨ ଫୁଟ ଉଚ୍ଚର ଏବଂ ୮ ଇଞ୍ଚ ଗୋଲେଇର ଶିବଲିଙ୍ଗ ମିଳିଥିବା କୁହାଯାଇଛି। ଭିଡ଼ିଓଗ୍ରାଫି ସର୍ଭେ କାର୍ଯ୍ୟ ଶେଷ ହେବା ପରେ ହିନ୍ଦୁ ପକ୍ଷର ଆଇନଜୀବୀ ଶିବଲିଙ୍ଗ ଥିବା ଦାବି କରିବା ପରେ ସେହି ଅଞ୍ଚଳକୁ ସିଲ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଓ ସିଆରପିଏଫକୁ ସିଭିଲ ଜଜ୍‌ କୋର୍ଟ ବିଚାରପତି ରବି କୁମାର ଦିବାକର ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେକୁ ସ୍ଥଗିତ ରଖିବା ପାଇଁ ମୁସଲିମ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କ ଖଣ୍ଡପୀଠ କରିବେ ଶୁଣାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.