Below header

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଅନେକ ଅଛିଣ୍ଡା ଅଙ୍କ, ଏକ୍ସ ମ୍ୟାନେଜର ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁର ସୂତ୍ର ଗୋଟିଏ ନୁହେଁ ତ !

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ତାଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବେଶ୍‌ କିଛି ଦିନ ଧରି ସେ ଅବସାଦ ମଧ୍ୟରେ ଗତି କରୁଥିଲେ । ତାଙ୍କ ଇନ୍‌ଷ୍ଟାଗ୍ରାମରେ ହୋଇଥିବା କେତେକ ପୋଷ୍ଟରୁ ତାଙ୍କ ଅବସାଦର କିଛି ଝଲକ୍‌ ମଧ୍ୟ ଜାଣିବାକୁ ମିଳିଛି । ହେଲେ ସୁଶାନ୍ତ ସିଂହ ଅବସାଦରେ ରହିବାର କୈାଣସି କାରଣ ନଥିଲା ।

କାରଣ ସୁଶାନ୍ତଙ୍କୁ ସର୍ବଦା ହସଖୁସୀ ମୁଡ୍‌ରେ ଥିବାର ଦେଖାଯାଏ । ତେଣୁ ଜଣେ ଖୁସି ମିଞ୍ଜାସର ବ୍ୟକ୍ତି ହଠାତ ଏଭଳି ନିଷ୍ପତ୍ତି ନେବା କଥାକୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି । ନିକଟରେ ସେ ଛି ଛୋର ଫିଲ୍ମରେ ସୁନ୍ଦର ଅଭିନୟ କରିଥିଲେ । ତାଙ୍କର ଫିଲ୍ମ ହେଉ ବା ବାସ୍ତବ ଜୀବନ ସର୍ବଦା ସେ ଜଣେ ପଜେଟିଭ୍‌ ମାନସିକତାର ବ୍ୟକ୍ତି ଥିଲେ । ତେଣୁ ପୁଲିସ୍‌ ତାଙ୍କ ଆତ୍ମ ହତ୍ୟାର ସବୁ ଦିଗକୁ ଏବେ ପରୀକ୍ଷା କରୁଛି ।

susant-12

ସୁଶାନ୍ତଙ୍କ ପରିବାର କହିଲେ ତାଙ୍କର ବାପା ଓ ୫ ଭଉଣୀ । ସୁଶାନ୍ତ ଥିଲେ ସବୁଠୁ ସାନ । କିଛି ଦିନ ଧରି ସେ ଚିନ୍ତାରେ ରହୁଥିଲେ । ନିକଟରେ ତାଙ୍କର ଜଣେ ଭଉଣୀ ତାଙ୍କୁ ମୁମ୍ବାଇ ଆସି ଭେଟିକରି ଯାଇଥିଲେ । ସୁଶାନ୍ତ ତାଙ୍କର ପୂର୍ବ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଗଭୀର ସମ୍ବେଦନ ଜଣାଇବା ସହ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

ସୁଶାନ୍ତ ତାଙ୍କ ମା’ଙ୍କ ନାମରେ ଏକ ପୋଷ୍ଟ କରି ଲେଖିଥିଲେ‘ ଆଁଶୁଓସେ ବାଷ୍ପିତ ହୋତା ଅତୀତ, ମୁସ୍‌କୁରାହାଟ୍‌ କି ଏକ ଆର୍କ କୋ ଉକେରତେ ସପନେ ଔର ଏକ୍‌ କ୍ଷଣ ଭଙ୍ଗୁର ଜୀବନ, ଦୋନୋ କେ ବିଚ୍‌ ବାତ୍‌ଚିତ୍‌’ । ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ଯେ ସୁଶାନ୍ତ କ’ଣ ପାଇଁ ଅବସାଦରେ ଥିଲେ । କାରଣ ତାଙ୍କ କାମର ପ୍ରଶଂସା କରାଯାଉଥିଲା । ନିକଟରେ ତାଙ୍କର ଫିଲ୍ମ ‘ଛି ଛୋର’ ମଧ୍ୟ ସଫଳତା ପାଇଥିଲା ।

susant-1

କିଛି ଦିନ ତଳେ ତାଙ୍କର ପୂର୍ବ ମ୍ୟାନେଜର ଦିଶାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏ ସବୁକୁ ବିଚାର କଲେ କାହିଁ ନା କାହିଁ ଦିଶାଙ୍କ ଆତ୍ମହତ୍ୟା ଓ ସୁଶାନ୍ତଙ୍କ ଆତ୍ମହତ୍ୟାର ସୁତା ଗୋଟିଏ ଦିଗକୁ ସୁଚାଉ ନାହିଁ ତ । ଏପରି ବହୁ ଅସମାଧିତ ପ୍ରଶ୍ନର ଇସାରା କରୁଛି ସୁଶାନ୍ତଙ୍କ ଆତ୍ମ ହତ୍ୟାର କାହାଣୀ । ସୁଶାନ୍ତଙ୍କ ପିତା ପୁତ୍ର ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.